www.samajalive.in
Friday, December 12, 2025
16.1 C
Bhubaneswar

କ୍ରୀଡ଼ା କ୍ଷେତ୍ରରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଭୂତପୂର୍ବ ସଫଳତା

ଲାଞ୍ଜିଗଡ : ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ କ୍ରୀଡ଼ା କ୍ଷେତ୍ରରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛି । ସର୍ବପ୍ରଥମେ ଡିଏଭି ଜୋନର ଉତ୍ତର ପ୍ରଦେଶର ମିରଟରେ ଆୟୋଜିତ ଜାତୀୟ ଫୁଟବଲ ପ୍ରତିଯୋଗିତା ବାଳକ ବିଭାଗରେ ଡିଏଭି ଲାଞ୍ଜିଗଡ଼ର ଛାତ୍ରମାନେ ରନର୍ସଅପ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ପୁଣି ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଳିକା ବିଭାଗରେ ଦଳଗତ ରନର୍ସଅପ ହୋଇଥିବା ବେଳେ ବାଳକ ବିଭାଗରେ ଦଳଗତ ତୃତୀୟ ସ୍ଥାନ ହାସଲ କରିନ୍ତି। ଏହି ତୀରନ୍ଦାଜ ପ୍ରତିଯୋଗିତାରେ ବାଳକ ବିଭାଗରେ କ୍ଷୀରୋଦ କୁମାର ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଓ ବାଳିକା ବିଭାଗରେ ପି. ଭି. ଶ୍ରୀ ପୂଜିତା ତୃତୀୟ ସ୍ଥାନରେ ବ୍ରୋଞ୍ଜ ପଦକ ପ୍ରାପ୍ତ କରିଛନ୍ତି । ସେହିପରି ହରିୟାଣାର ପାନିପଥଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତାରେ ବାଳକ ବିଭାଗରେ ଶ୍ରୀମାନ କିରଣ ବେମାଲ ଦ୍ଵିତୀୟ ସ୍ଥାନ ପାଇ ରୌପ୍ୟ ପଦକ ହାସଲ କରିଛନ୍ତି । ବିଦ୍ୟାଳୟର ଏହି ସଫଳତାରେ ଆନନ୍ଦ ପ୍ରକଟ କରି ଅଧ୍ୟକ୍ଷ ସଦାନନ୍ଦ ହୋତା ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ବିଦ୍ୟାଳୟର ଏହି ଗୌରବକୁ ଅକ୍ଷୂର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories