www.samajalive.in
Wednesday, December 10, 2025
23.1 C
Bhubaneswar

ଲାଞ୍ଜିଗଡ଼ ପ୍ରେସ୍ କ୍ଲବକୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବକୁ ସମ୍ମାନିତ କରାଯାଇଛି। ବ୍ଲକର ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳର ଜନସମସ୍ୟାକୁ ଲୋକଲୋଚନକୁ ଆଣିବା, ସରକାର ଓ ପ୍ରଶାସନ ତଥା ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ତଥା ଜାଗ୍ରତ ପ୍ରହରୀ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ କେବଳ ସାମ୍ବାଦିକତା କରନ୍ତି ନାହିଁ। ସମାଜର ତୃଣମୂଳ ସ୍ତରର ବ୍ୟକ୍ତିବିଶେଷ କିପରି ସରକାରୀ ଯୋଜନାର ଲାଭ ପାଇବ, ସହାୟତା ପାଇବ ସେ ଦିଗରେ ବି ପ୍ରୟାସ ଜାରି ରଖିଛନ୍ତି। ଲାଞ୍ଜିଗଡ଼ ବ୍ଲକ ଭଳି ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଅଞ୍ଚଳରେ ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର ଆୟୋଜନ, ମେଡିକାଲ ଓ ଆମ୍ବୁଲାନ୍ସ ସହାୟତା, ଦାଦନ ଶ୍ରମିକଙ୍କ ଶବ ଉଦ୍ଧାର ଏବଂ କୋଭିଡ ସମୟରେ କରୋନା ସଚେତନତା, ଟୀକାକାରଣ ସଚେତନତା ଆଦି ସାମାଜିକ କାର୍ଯ୍ୟ କରି ପ୍ରେସକ୍ଳବ ବେଶ୍ ଲୋକପ୍ରିୟତା ହାସଲ କରିଛି। ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ଗଠନ ହେବା ଦିନଠାରୁ ଦୀର୍ଘ ଏକ ଦଶନ୍ଧୀରୁ ଉର୍ଦ୍ଧ୍ବ ସମୟ ଧରି କ୍ଲବର ସଦସ୍ୟମାନେ ବୃକ୍ଷରୋପଣ, ସାହିତ୍ୟ ଚର୍ଚ୍ଚା ସହିତ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଦିଗରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଥାନ୍ତି। ଲାଞ୍ଜିଗଡ଼ ବ୍ଲକର ବିକାଶ ତଥା ବିଭିନ୍ନ କ୍ଷେତ୍ରରେ ପ୍ରେସ୍ କ୍ଲବର ଅବଦାନକୁ ଲକ୍ଷ୍ୟ କରି ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ପ୍ରତିରକ୍ଷା କ୍ଷମତାରେ ଯୋଡି ହେଲା ନୂଆ ଫର୍ଦ୍ଦ, ଲକ୍ଷ୍ୟସ୍ଥଳ ଭେଦ କଲା ନୂଆ ପିଢ଼ି ଆକାଶ କ୍ଷେପଣାସ୍ତ୍ର

- Advertisement -

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ଉପସଭାପତି କ୍ଷମାନିଧି ମହାକୁଡ଼, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ ପ୍ରମୁଖ ଉପସ୍ଥିତ ରହି ଉତ୍ସବ କମିଟିର ଅଧ୍ୟକ୍ଷା ତଥା ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସଂଯୋଜକ ଜଗଦୀଶ ବେନିଆଁ, ହରିଶଙ୍କର ପାତ୍ରଙ୍କଠାରୁ ପ୍ରମାଣପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories