mission shakti banner

ଡିଭାଇଡରରେ ପିଟି ହୋଇ ଓଲଟିଲା କାର ; ଜଣେ ମୃତ

BSKY banner  750×100

ଆନନ୍ଦପୁର : ରାସ୍ତା ଡିଭାଇଡରରେ ପିଟି ହୋଇ କାର ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହସନପୁର ଟୋଲ୍‌‌ ଗେଟ୍‌‌ ନିକଟ ଡିଭାଇଡରରେ କାର୍‌‌ଟି ପିଟି ହୋଇ ଏହି ଦୁର୍ଘଟଣା ଘଟିଛି। ମୃତକ ସ୍ଥାନୀୟ ଘଟଗାଁ ଅଞ୍ଚଳର। ସେ ପାରାଦୀପରୁ ଫେରୁଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.