ଗୁଳି ଫୁଟାଇ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍‌‌

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଉତ୍ପାତ। ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଦମ୍ପତିଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ସୁନା ଅଳଙ୍କାର। ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ନିକଟରେ ବନ୍ଧୁକ ଦେଖାଇ ଲୁଟ୍‌‌ କରିଛନ୍ତି। ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଦମ୍ପତିଙ୍କ ଠାରୁ ଦୁର୍ବୃତ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ୨ଟି ପଲସରରେ ଆସି ୪ ଜଣ ଦୁର୍ବୃତ୍ତ ଲୁଟ୍‌‌ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.