ମାନବିକ ସହାୟତାରେ ବାଧା ସୃଷ୍ଟି ନ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ

ଡେସ୍କ: ଅନ୍ତର୍ଜାତୀୟ ନ୍ୟାୟାଳୟ ଗାଜାରେ ଅନାହାର ରୋକିବା ପାଇଁ ଗାଜାକୁ ମାନବିକ ସହାୟତାରେ ବାଧା ସୃଷ୍ଟି ନ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ସପ୍ତାହ ମଧ୍ୟରେ ଗାଜାରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ଆଶଙ୍କା ପ୍ରକାଶ ପାଇଛି।

ଗୁଳି ଫୁଟାଇ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍‌‌

ମାନବିକ ସହାୟତା ନଦେବା ଅଭିଯୋଗକୁ ଇସ୍ରାଏଲ ଭିତ୍ତିହୀନ ବୋଲି କହିବା ସହ ଖଣ୍ଡନ କରିଛି। ଇସ୍ରାଏଲ କହିଛି ଯେ ସ୍ଥଳ, ଆକାଶ ଏବଂ ସମୁଦ୍ର ମାଧ୍ୟମରେ କ୍ରମାଗତ ଭାବରେ ମାନବିକ ସହାୟତା ପ୍ରଦାନ କରାଯାଉଛି ଏବଂ ଏହା ମଧ୍ୟ ବୃଦ୍ଧି ପାଇଛି। ଇସ୍ରାଏଲ କହିଛି ଯେ ଗାଜାର ସ୍ଥିତି ଏବଂ ଯୁଦ୍ଧ ଆରମ୍ଭ ପାଇଁ ହମାସ ଦାୟୀ।

Comments are closed.