ସ୍କୁଲ୍ ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ; ୧୦ ପିଲା ଆହତ
ଆନନ୍ଦପୁର : ଟ୍ରକ୍କୁ ପଛରୁ ପିଟିଲା ସ୍କୁଲ୍ ପିକ୍ନିକ୍ ବସ୍। ଏହି ଦୁର୍ଘଟଣାରେ ଚାଳକ ଓ ଶିକ୍ଷକଙ୍କ ସହ ୧୦ ସ୍କୁଲ ପିଲା ଆହତ ହୋଇଛନ୍ତି। ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ରେ ୫୦ ରୁ ଅଧିକ ସ୍କୁଲ୍ ପିଲା ଥିଲେ। ଏହାସହ ସମ୍ବଲପୁରରୁ ପିକ୍ନିକ୍ ସାରି ବାଲେଶ୍ୱର ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାର ତଦନ୍ତ ଜାରି ରହିଛି।
Comments are closed.