www.samajalive.in
Sunday, December 7, 2025
16.1 C
Bhubaneswar

ସିବିଆଇ ସଙ୍କଟ : ଦୁଇ ପ୍ରମୁଖ ଅଧିକାରୀ ବିଲେଇ ଭଳି ପରସ୍ପର ସହିତ ଲଢୁଥିଲେ

ନୂଆଦିଲ୍ଲୀ : ସିବିଆଇର ଦୁଇ ପ୍ରମୁଖ ଅଧିକାରୀ ବିଲେଇ ପରି ପରସ୍ପର ସହିତ ଲଢୁଥିଲେ। ଏଣୁ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଥିଲା ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଯୁକ୍ତି ବାଢିଛନ୍ତି। ସରକାରଙ୍କ ପକ୍ଷ ଉପସ୍ଥାପନ କରି ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ କହିଛନ୍ତି, ସିବିଆଇ ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ପରସ୍ପର ସହିତ ବିଲେଇ ଭଳି ଲଢୁଥିଲେ। ଏହାକୁ ନେଇ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଧିକାରୀମାନେ ସେମାନଙ୍କ ବିବାଦକୁ ସାର୍ବଜନୀନ କରିବା ପରେ ଟେଲିଭିଜନ ଚ୍ୟାନେଲଗୁଡିକରେ ସିବିଆଇକୁ ସମାଲୋଚନା କରାଯାଇଥିଲା।

ପ୍ରଥମରୁ ଏମାନଙ୍କ ବିବାଦ ଉପରେ ଦୃଷ୍ଟି ରଖିଥିବା କେନ୍ଦ୍ର ସରକାର ସଂସ୍ଥାର ଅଖଣ୍ଡତା କାଏମ ରଖିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବର୍ମାଙ୍କୁ ସାମୟିକ ଭାବେ କ୍ଷମତାରୁ ଦୂରେଇ ରଖିବାକୁ ମୁଖ୍ୟ ଭିଜିଲାନ୍ସ କମିସନ ନିଷ୍ପତ୍ତି ନେଇଥିଲେ। ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ପୂର୍ବକ ବର୍ମା ଏବଂ ଆସ୍ଥାନାଙ୍କୁ ବାଧ୍ୟହୋଇ ଦୀର୍ଘ ଦିନ ଛୁଟି ପ୍ରଦାନ କରାଯାଇଥିଲା ବୋଲି ବେଣୁଗୋପାଳ ପ୍ରକାଶ କରିଛନ୍ତି। କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ବିରୋଧରେ ବର୍ମାଙ୍କ ଆବେଦନ ଓ ଭିଜିଲାନ୍ସ ରିପୋର୍ଟ ଉପରେ ତାଙ୍କ ଉତ୍ତରକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ ନିଯୁକ୍ତି କମିଟିର ମଞ୍ଜୁରୀକ୍ରମେ ସିବିଆଇ ନିର୍ଦେଶକଙ୍କୁ ଦୟିତ୍ୱରୁ ହଟାଯାଇପାରିବାର ବ୍ୟବସ୍ଥା ଥିବା ବେଳେ ବର୍ମାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ବେଆଇନ ବୋଲି ବର୍ମାଙ୍କ ଓକିଲ ଫଲି ନରିମନ ପୂର୍ବରୁ ଯୁକ୍ତି ଦର୍ଶାଇଛନ୍ତି। ଅନ୍ୟପଟେ ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କାରବାର ସମ୍ବନ୍ଧୀୟ ଦୁର୍ନୀତି ମାମଲାରେ ଭାରତକୁ  ପ୍ରତ୍ୟର୍ପଣ  କରାଯାଇଥିବା କ୍ରିଷ୍ଟିୟାନା ମିସେଲଙ୍କ ବିରୋଧରେ ଏକଦା ତଦନ୍ତ କରିଥିବା ଆସ୍ଥାନା ଏବେ ନିଜ କ୍ୟାରିୟର ବଞ୍ଚାିଇବାକୁ ସଂଘର୍ଷ କରୁଛନ୍ତି। ବର୍ମାଙ୍କ ସହିତ ତାଙ୍କୁ ମଧ୍ୟ ଦୀର୍ଘ ଦିନ ଛୁଟିରେ ପଠାଯାଇଥିବା ବେଳେ କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories