ଡେସ୍କ: ଅଯୋଧ୍ୟା ରାମ ମନ୍ଦିରରେ ଚଳିତ ମାସ ୨୨ରେ ବିଗ୍ରହର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱସ୍ତି ମେହୁଲଙ୍କ ଦ୍ୱାରା ଗାନ କରାଯାଇଥିବା ରାମ ଭଜନକୁ ପ୍ରଶଂସା କରିଛନ୍ତି।
ସ୍ୱସ୍ତି ମେହୁଲଙ୍କ 'ରାମ ଆଏଙ୍ଗେ' ଭଜନକୁ ମୋଦୀଙ୍କ ପ୍ରଶଂସାhttps://t.co/kR2qX9lV2P
— Samaja Live (@samajalive) January 6, 2024
ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଭଜନ “ରାମ ଆଏଙ୍ଗେ”କୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯିଏ ଏହି ଭଜନକୁ ଥରେ ଶୁଣିବ, ଏହା ତାଙ୍କ ସ୍ମୃତିରେ ଦୀର୍ଘ ସମୟ ଧରି ପ୍ରତିଧ୍ବନିତ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଶୁଣିବା ପରେ ଆଖି ଲୁହରେ ଭରିଯାଏ ଏବଂ ମନରେ ଭାବପ୍ରବଣତା ବଢିଯାଏ।



