www.samajalive.in
Sunday, December 14, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ଆକ୍ରମଣରେ ଇଡିର ୩ ଅଧିକାରୀ ଗୁରୁତର

ଡେସ୍କ: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଲୋକଙ୍କ ଆକ୍ରମଣରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତିନି ଜଣ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି। ଗତକାଲି ଲୋକମାନେ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମୟରେ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାସନ ବଣ୍ଟନ ଠକେଇ ସଂପର୍କରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାଜହାଙ୍କ ଘର ଉପରେ ଚଢ଼ାଉ କରିଥିଲେ।

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା ଓଲିଭରଙ୍କ ଦେହାନ୍ତ

- Advertisement -

ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଅଭିଯୋଗ ଦାଖଲ କରାଯାଇଥିବା ନିର୍ଦ୍ଦେଶାଳୟ କହିଛି। ଏହି ଆକ୍ରମଣ ସମୟରେ ପ୍ରାୟ ଏକ ହଜାର ଲୋକ ବାଡ଼ି, ଇଟା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ଆକ୍ରମଣ କରିଥିବା ଲୋକମାନେ ଇଡି ଅଧିକାରୀଙ୍କ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ନଗଦ ଟଙ୍କା ମଧ୍ୟ ଛଡ଼ାଇ ନେଇଛନ୍ତି।

ପଶ୍ଚିମବଙ୍ଗରେ ସାଧାରଣ ବିତରଣ ବ୍ୟବସ୍ଥାରେ ହୋଇଥିବା ଠକେଇ ସଂପର୍କରେ ରାଜ୍ୟ ପୁଲିସ ଦ୍ୱାରା ଦିଆଯାଇଥିବା ଏତଲା ଉପରେ ଆଧାରିତ ଏହି ଦୁର୍ନୀତିର ଇଡି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନ ସମୟରେ ଇଡି ଜାଣିବାକୁ ପାଇଛି ଯେ ଅନେକ ଲୋକଙ୍କ ପାଖରେ ଅନଧିକୃତ ରାସନ କାର୍ଡ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories