BJD Bijuli 480×75 Mob

ପାହଡ ଉପରେ ଘରର କାନ୍ଥ ବରଫ ପରି ଥଣ୍ଡା- ନିଆଁ ପୁଇଁ ଶୀତକୁ ପରାସ୍ତ କରିଛନ୍ତି ଏହି ପାହାଡିଆ ଅଞ୍ଚଳବାସୀ

BJD Bijuli 480×75 Mob

ପାତ୍ରପୁର- ସମତଳରେ ସିନା ଶୀତ କମି ଯାଇଛି , ହେଲେ ପାହାଡିଆ ଅଞ୍ଚଳରେ ସଞ୍ଜ ହେଲେ ହାଡ ଥରିଯାଉଛି । ସଞ୍ଜ ନଇଁଲେ ଶୀତ ମାଉସୀ ସତେ ଯେମିତି ପାହାଡ ଭିତରେ ତାହାର ପ୍ରକୋପ ଆରମ୍ଭ କରୁଛି ।

ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଶତାଧିକ ଆଦିବାସୀ ନିଆଁ ପୁଇଁବାର ଆଶ୍ରାରେ । ଗତ କିଛିଦିନ ହେଲା ‌ପାହାଡିଆ ଅଞ୍ଚଳରେ ଶୀତର ପ୍ରଭାବ ଜାରି ରହିଥିବା ବେଳେ ସଞ୍ଜ ନଇଁବା ମାତ୍ରେ ଶତାଧିକ ଆଦିବାସୀ ଗ୍ରାମରେ ଲୋକଙ୍କ ନିଆଁ ସାହାରା ପାଲଟିଛି। ପାତ୍ରପୁର ବ୍ଳକ ର ଦୁର୍ଗମ ପାହାଡ଼ ଉପରେ ବହୁ ଆଦିବାସୀ ଗ୍ରାମ ରହିଛି। ସେହି ସବୁ ଦୂର୍ଗମ ଗ୍ରାମ ସହିତ ପାହାଡ଼ ପାଦଦେଶରେ ଅବସ୍ଥିତ ଆଦିବାସୀ ଗ୍ରାମ ମାନଙ୍କରେ ଏବେ ଚବିଶି ଘଣ୍ଟା ନିଆଁ ଲାଗି ରହି ଥିବା ବେଳେ ସନ୍ଧ୍ୟା ହେଲେ ଭିଡ଼ ଜମୁଛି ।

ଗତ କିଛିଦିନ ହେଲା ଅପରାହ୍ନ ହେଲେ ଥଣ୍ଡା ପବନ ବହିବା ସହିତ ଥଣ୍ଡା ପରିବେଶ ସୃଷ୍ଟି ହେଉଛି। ପାହାଡ଼ ଅଞ୍ଚଳର ଚିତ୍ର ନିଆରା ପାଲଟିଛି। ସକାଳୁ ସନ୍ଧ୍ୟା ଯାଏ ପାହାଡିଆ ଗ୍ରାମ ମାନଙ୍କରେ ଶୀତର ପ୍ରଭାବ ରହୁଥିବା ବେଳେ ଅପରାହ୍ନ ଗୋଟିଏ ପରେ ପରିସ୍ଥିତି ବଦଳୁଛି।ପବନ ବହିବାର ପରେ ଶୀତ ବଢୁଛି । ଏହାକୁ ଦେଖି ଗ୍ରାମର ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ବୁଡି ପର୍ଯ୍ୟନ୍ତ ଗାଁ ମଝିରେ ଲାଗିଥିବା ନିଆଁ ପାଖ ରେ ଚାରିପଟେ ବସି ରହୁଛନ୍ତି । ସଭ୍ୟା ସମାଜ ଏହାକୁ ଗେଟ ଟୁଗେଦର କହୁଥିବା ବେଳେ ଏଠି ଶୀତ ସମସ୍ତଙ୍କୁ ନିଆଁ ପାଖରେ ଏକାଠି କରିଛି ।

।ଏପରିକି କିଛି ସ୍ଥାନରେ ଉପରୁ କାକର ପଡିବା କୁ ଦେଖି ଖମ୍ବ ପୋତି ପଲାଣ୍ଟି ସହ ଡାକ ପକାଇ ଛାମୁଣ୍ଡିଆ ନିର୍ମାଣ କରିଛନ୍ତି। ରାତି ତମାମ କିଛି ବ୍ୟକ୍ତି ନିଆଁ ଚାରି ପାର୍ଶ୍ବରେ ଶୋଇ ରହୁଛନ୍ତି । ପାତ୍ରପୁର ବ୍ଳକ ର ପାହାଡ଼ ଅଞ୍ଚଳରେ ବୁରାତାଲ, ଅଙ୍କୁଲି, ତୁମ୍ବା ଖାରୀଆ ଗୁଡ଼ା, ଜରଡ଼ା , ସାମନ୍ତରା ପୁର,ଅମ୍ବପୂର୍ ପଞ୍ଚାୟତର ପାହାଡ଼ ଉପରେ ଏବଂ ତଳେ ବହୁ ଗ୍ରାମ ରହିଛି।ଏହି ସବୁ ଅଞ୍ଚଳ ଘଞ୍ଚ ଜଙ୍ଗଲ ଥିବାରୁ ଥଣ୍ଡା ର ପ୍ରକୋପ ବୃଦ୍ଧି ପାଉଛି।ପବନ ବୋହିଲେ ଘରର କାନ୍ଥ ବରଫ ଭଳି ଥଣ୍ଡା ହେଉଛି।ଯାହାରି ଫଳରେ ଲୋକମାନେ ନିଆରା ଆଶ୍ରୟ ନେଇ ଥାଆନ୍ତି।

Comments are closed.