www.samajalive.in
Friday, December 5, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ୯୫ପ୍ରତିଶତ ଲୋକେ ବିଜୁଳି ବିଲ୍‌‌ ଛାଡ ପାଇବେ- ପାଣ୍ଡିଆନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଆଲିସାନ ସାମ୍ନା ପଡିଆରେ ବିଶାଳ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ବିଜେଡିର ଷ୍ଟାର ପ୍ରଚାରକ ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ନିର୍ବାଚନୀ ସଭାରେ ବିଜେପି ଉପରେ ବର୍ଷିଛନ୍ତି ପାଣ୍ଡିଆନ। ସେ କହିଛନ୍ତି ଯେ ଆମପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫/୬ଟି ଜାଗାରୁ ଲଢିବା ପାଇଁ ପ୍ରସ୍ତାବ ଆସିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ କଣ୍ଟାବାଞ୍ଜିର ଦ୍ରୁତ ବିକାଶ ପାଇଁ ଏଠାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବା ପାଇଁ ନିଷ୍ପତି ନେଇଥିଲେ। ହେଲେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି କରିବା ସହ ଟାର୍ଗେଟ କରୁଛନ୍ତି। ଯାହା ଠିକ୍‌‌ ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଲୋକମାନେ ଏଥିରେ ଖୁସି କି ନାହିଁ ପଚାରିଥିଲେ ପାଣ୍ଡିଆନ। ଜୁନ ୯ରେ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମା ସମଲେଇଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଶପଥ ନେବେ। ଆସନ୍ତା ଜୁଲାଇ ମାସଠାରୁ ବିଜୁଳି ବିଲ୍‌‌ ଛାଡ କରିବେ, ଏହା ଦ୍ୱାରା ରାଜ୍ୟରେ ୯୦ପ୍ରତିଶତ ଲୋକେ ବୋଝରୁ ମୁକ୍ତ ହେବେ ବୋଲି ପାଣ୍ଡିଆନ କହିଛନ୍ତି। କଣ୍ଟାବାଞ୍ଜିରେ ୯୫ପ୍ରତିଶତ ଲୋକ ବିଜୁଳି ବିଲ୍‌‌ ଛାଡ ପାଇବେ।

ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ ସୋଲାର ବିଜୁଳୀ ନାମରେ ସୂର୍ଯ୍ୟକିରଣରୁ ବିଜୁଳୀ ଯୋଗାଇଦେବା କହୁଛନ୍ତି। ବିଜେପି ନେତା ମାନେ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି। ଆପଣମାନେ ପ୍ରଥମେ ୫୦ହଜାର ଟଙ୍କା ଜମା କଲେ ଯାଇ ମିଳିବ ସୋଲାର ପାୱାର। ବିଜେଡି ସରକାର ଆପଣ ମାନଙ୍କ ସରକାର। କଣ୍ଟାବାଞ୍ଜିର ଜମି ମାମଲା, ବଙ୍ଗୋମୁଣ୍ଡାକୁ ଏନଏସି କରିବା, ଜଳସେଚନର ପ୍ରାଥମିକତା ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ୍‌‌। ଏହି ଅଂଚଳର ଦ୍ରୁତ ବିକାଶପାଇଁ ନିଜେ ମୁଖ୍ୟମନ୍ତ୍ରୀ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁ ଥିବାରୁ ବାହାର ରାଜ୍ୟରୁ ନେତା ମନ୍ତ୍ରୀ କଣ୍ଟାବାଞ୍ଜିରେ ଡେରା ପକାଇ ଗାଁ ଗାଁ ରେ ଟୁରିଷ୍ଟ ଭଳି ବୁଲୁଛନ୍ତି। ମିଥ୍ୟା ପ୍ରଚାର, ଅପପ୍ରଚାର କରୁଛନ୍ତି, ନିର୍ବାଚନ ସରିଲେ ଆଉ ଦେଖାଦେବେନାହିଁ। ଆପଣ ମାନଙ୍କ ସରକାର ନବୀନ ସରକାର, ପ୍ରିୟ ମୁଖ୍ୟ ମନ୍ତ୍ରୀ ଆପଣଙ୍କ ପାଖରେ ଠିଆ ହେବେ। ଆସନ୍ତା ୨୦ତାରିଖ ନିର୍ବାଚନରେ ଯୋଡ଼ି ଶଙ୍ଖରେ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବିଧାୟକ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନ ରେ ବିଜୟୀ କରିବେ ବୋଲି ପାଣ୍ଡିଆନ ମତ ବ୍ୟକ୍ତ କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories