ପିପିଲି ମହାବିଦ୍ୟାଳୟରେ ରକ୍ତଦାନ ଶିବିର
ପିପିଲି:ଓଡିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ‘୰ନୂଆ-ଓ’ ଉପଲକ୍ଷେ ପିପିଲି ମହାବିଦ୍ୟାଳୟରେ ଗୁରୁବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କର ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମହାବିଦ୍ୟାଳୟର ୫୨ଜଣ ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତପନ କୁମାର ଦାଶ, ଦୁଇ ନୋଡାଲ ଅଫିସର ପ୍ରାଧ୍ୟାପକ ଭବେଶ ପ୍ରସାଦ ତ୍ରିପାଠୀ, ପ୍ରାଧ୍ୟାପକ ସଦାଶିବ ଦାଶ ପ୍ରମୁଖ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଏନ୍ସିସି ଅଫିସର କ୍ୟାପଟେନ୍ ଆଦିତ୍ୟ ପ୍ରସାଦ ରଥ, ଅଧ୍ୟାପିକା ଅନାମିକା ସାହୁ, ଚିତ୍ରସେନ ପଣ୍ଡା, ସୁଶ୍ରୀ ସଙ୍ଗୀତା ପଶ୍ଚିମକବାଟ, ସନ୍ତୋଷ କୁମାର ରାଉତରାୟ ଓ ଜ୍ୟୋତିରଞ୍ଜନ ସିଂରାୟନ ପ୍ରମୁଖ ପରିଚାଳନା କରିଥିଲେ।
ସେହିପରି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ସ୍ୱାସ୍ଥ୍ୟ ପାଇଁ ଯୋଗ ଏବଂ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା’ କାର୍ଯ୍ୟକ୍ରମରେ ପୁରୀର ଫାୟାର ଅଫିସର ପ୍ରସନ୍ନ କୁମାର ବେହେରା ଯୋଗଦେଇ ଅଗ୍ନି ନିରାପତ୍ତା ସଂପର୍କରେ ବିଭିନ୍ନ ସତର୍କତା ନିୟମ ଓ କୌଶଳକୁ ପ୍ରଦର୍ଶନ କରାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଯୋଗ ଗୁରୁ ସଞ୍ଜୟ କୁମାର ନନ୍ଦୀ ଓ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରକାର ଯୋଗ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।
Comments are closed.