www.samajalive.in
Monday, December 15, 2025
24.1 C
Bhubaneswar

ରାଜଧାନୀରେ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ରଘୁ ଆହତ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଭୁବନେଶ୍ୱର କମିଶନରେଟ୍‌‌ ପୁଲିସ ଏନକାଉଣ୍ଟର କରିଛି। ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ ରଘୁ ଓ ତା’ର ସହଯୋଗୀ ବୁଲୁଥିଲେ। ପୁଲିସ ସେମାନଙ୍କ ପିଛା କରି ଅଟକାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସର ପାଲଟା ଗୁଳି ଚାଳନାରେ ରଘୁ ଆହତ ହୋଇଛି। ତା’ର ବାମ ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ରଘୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ଛିନ୍‌‌ତାଇ ମାମଲା ରହିଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories