www.samajalive.in
Tuesday, December 9, 2025
16.1 C
Bhubaneswar

କାମିୟା ଯାନୀ ବିବାଦ: ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ: ୟୁଟ୍ୟୁବର କାମିୟା ଯାନୀ ବିବାଦକୁ ନେଇ କନ୍ଧମାଳ ଜିଲ୍ଲା ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସନାତନ ଧର୍ମର ସ୍ୱାଭିମାନ ତଥା କୋଟି କୋଟି ହିନ୍ଦୁଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କାମିୟା ଯାନୀଙ୍କୁ ପ୍ରବେଶ କରାଇ ଏବଂ ମହାପ୍ରସାଦ ଖୁଆଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବୀରେ ବୁଧବାର ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନର ସମ୍ପାଦକ ଶିବାଶିଷ ପଣ୍ଡା, ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ସଭାପତି କମଳାକାନ୍ତ ପାଣ୍ଡେ, ଗୋପାଳ ଷଢଙ୍ଗୀ, ରାଜବୀର ମାଝୀ, ଜଗନ୍ନାଥ ସାହୁ, ଗଞ୍ଜାମ ବିଭାଗ ସହ ପ୍ରଚାରକ ମୁନୀନ୍ଦ୍ର ଶବର, କର୍ଣ୍ଣ ପ୍ରଧାନ, ରତନ ଚୌଧୁରୀ, ଭିକି ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ବହୁତ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories