ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଅଫ୍ସାଇଟ୍ ମକ୍ଡି୍ରଲ୍
ଭୁବନେଶ୍ୱର : ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଆଇଗିଣିଆସ୍ଥିତ ସିଏନ୍ଜି ଷ୍ଟେସନ୍ ନିକଟରେ ଏକ ଅଫ୍ସାଇଟ୍ ମକ୍ଡି୍ରଲ୍ ଅନୁଷ୍ଠିତ ହୋଇଯାଇଛି। କୌଣସି ଜରୁରୀକାଳୀନ ପରିସ୍ଥିିତି ସମୟରେ ସତର୍କ ରହିବା ଓ ସେବା ପ୍ରଦାନ ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଏହି ମକ୍ଡି୍ରଲ ଅନୁଷ୍ଠିତ ହୋଇଛି। ଏହା ଗେଲ୍ ଇଣ୍ଡିଆ ଲିମିଟେଡ୍, ଏନ୍ଡିଆର୍ଏଫ୍ ଓ ରାଜ୍ୟ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ଆୟୋଜିତ ହୋଇଛି । ଗ୍ୟାସ୍ ଲିକେଜ୍ ଓ ଅଗ୍ନିକାଣ୍ଡ ସମୟରେ ଉପଲବ୍ଧ ସମ୍ବଳ ମାଧ୍ୟମରେ ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ଏ ସଂପର୍କରେ କର୍ମଚାରୀ ଓ ସାଧାରଣଙ୍କ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗେଲ୍ ଇଣ୍ଡିଆ ଅଗ୍ନିଶମ ବାହିନୀ ଓ ଅନ୍ୟ ଜଣଙ୍କୁ ଏନ୍ଡିଆର୍ଏଫ୍ ଦଳ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ କିଭଳି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯିବ ସେ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଗେଲ୍ ଇଣ୍ଡିଆ ଲିମିଟେଡ୍ର ଜେନେରୋଲ ମ୍ୟାନେଜର ଅଶୋକ କୁମାର ମହାପାତ୍ର, ଡେପୁଟି ଜେନେରାଲ ମ୍ୟାନେଜର ଅଦେ୍ୱðତ ସୁରେଶ ଭାବେ, ଖୋର୍ଦ୍ଧା ଡିପିଏଚ୍ଓ ଡ. ପି. କେ. ଦାଶ, ଡ. ସ୍ନିUା ଏସ୍. ନନ୍ଦ, ଏନ୍ଡିଆର୍ଏଫ୍ ଇନ୍ସପେକଫର ମହାବୀର ମହାନ୍ତି, ଅଗ୍ନିଶମ ବିଭାଗର ଷ୍ଟେସନ୍ ଅଫିସର ଜ୍ଞାନେନ୍ଦ୍ର ବେହେରା, ଗାର୍ଡ ଇନ୍ଚାର୍ଜ ବଳରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.