ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲା-ଇଡକୋ ସିଜିଏମ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର: ଇଡକୋ ସିଜିଏମ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ବଡ଼ ଧରଣର ଚଢ଼ାଉ ହୋଇଛି। ସରୋଜକାନ୍ତ ମହାନ୍ତିଙ୍କର କଟକରେ ଗୋଟିଏ ୩ ମହଲା, ଯାଜପୁରରେ ୨ ମହଲା କୋଠା ଠାବ କରାଯାଇଛି। ଭୁବନେଶ୍ବର ଓ କଟକରୁ ଗୋଟିଏ ଲେଖାଏଁ ଫ୍ଲାଟ ଠାବ ହୋଇଛି। ୧୦ଟି ପ୍ଲଟରୁ କେବଳ କଟକ ଓ ଭୁବନେଶ୍ବରରେ ୭ଟି ପ୍ଲଟ ଠାବ କରାଯାଇଛି।
ଚଢ଼ାଉରେ ୧୦ଜଣ ଡିଏସପି ଏବଂ ୬ଜଣ ଇନ୍ସପେକ୍ଟରଙ୍କ ସହ ଭିଜିଲାନ୍ସର ସ୍ବତନ୍ତ୍ର ଟିମ ସାମିଲ ହୋଇଛନ୍ତି। ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଚଢ଼ଉ ବେଳେ ସରୋଜକାନ୍ତ ମହାନ୍ତି ଭିଜିଲାନ୍ସକୁ ସହଯୋଗ କରୁ ନଥିବା କୁହାଯାଉଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
Comments are closed.