ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର, ବାଇକ ଓ କାର ଜବତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁରର ମା ଚମ୍ପାଦେଇ ମନ୍ଦିର ନିକଟବର୍ତ୍ତୀ କାଳିବିତିଆ ରାସ୍ତା ଉପରେ ବାଇକ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ସୋମବାର କାଳୀବିତିଆ ପାହାଡ଼ ନିକଟରେ ଥିବା ମା ଚମ୍ପାଦେଇ ଠାକୁରାଣିଙ୍କ ପାଦ ଦେଶରେ ଭୋଜିଭାତ କରିବା ପାଇଁ  କଟକର ଏକ ସୁନା ଦେକାନରେ କାର୍ଯ୍ୟ କରୁଥିବା ସମୀର ଦଳେଇ ଓ କାର୍ତ୍ତିକ ମାଇତି ଏକ ସ୍କୁଟିରେ ଆସିଥିଲେ। ଭୋଜିଭାତ ସାରି କଟକ ଫେରୁଥିବା ବେଳେ, କଟକ ପଟୁ ଆସୁଥିବା ଏକ କାର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା ।  ଏଥିରେ ସମୀରଙ୍କ ପାଦ ଛିଣ୍ଡି ଯାଇଥିବା ବେଳେ ମାଇତି ଆହତ ହୋଇଥିଲେ ।
prayash
ରାଉତରାପୁର ବିକାଶ ପରିଷଦର ଯୁବ ସଦସ୍ୟ ସେମାନଙ୍କୁ ଉଦ୍ଧାର କରି ୧୦୮ ରୋଗୀବୁହା ଯାନରେ ଉଭୟଙ୍କୁ କଟକ ପଠାଇଥିବା ଜଣାପଡିଛି ।  ଦୁର୍ଘଟଣା ଘଟାଇଥିବା କାରର ଟାୟାର ଫାଟି ଯାଇଥିଲେ ମଧ୍ୟ କିଛି ଦୂର ପଳାଇ ଆସି ଟାୟାର ବଦଳାଇ କରି ଚାଲିଯିବା ପାଇଁ ବାହାରିଥିଲେ । ବିକାଶ ପରିଷଦର ସଦସ୍ୟମାନେ ଆଠଗଡ ପୁଲିସକୁ ଖବର ଦେବା ପରେ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଓ ସ୍କୁଟିକୁ ଜବତ କରିଛି।

Comments are closed.