www.samajalive.in
Saturday, December 6, 2025
15.1 C
Bhubaneswar

୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା

ଡେସ୍କ: ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ଶୀତ ସାମାନ୍ୟ କମିଛି। ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଶୀତ ପ୍ରକୋପ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ଘଟିଛି। ଆଜି ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା ମଧ୍ୟରେ କୋରାପୁଟରେ ୬.୬ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୭ ଡ଼ିଗ୍ରୀ, ଜି. ଉଦୟଗିରିରେ ୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୮.୮ ଡ଼ିଗ୍ରୀ, ସୁନ୍ଦରଗଡରେ ୯ ଡ଼ିଗ୍ରୀ, କିରେଇରେ ୯.୪ ଡ଼ିଗ୍ରୀ, ଫୁଲବାଣୀରେ ୯.୫ ଡ଼ିଗ୍ରୀ ଓ ସେମିଳିଗୁଡାରେ ୯.୬ ଡ଼ିଗ୍ରୀ ସେଲସିଅସ ରହିଛି। କଟକରେ ୧୫.୧ ଓ ଭୁବନେଶ୍ବରରେ ୧୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।

ପରାଜୟ ପରେ ପରିବର୍ତନ, ୧୨ ନୂଆ ମହାସଚିବ ଓ ପ୍ରଦେଶ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ

- Advertisement -

ଅନ୍ୟ ପକ୍ଷରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡି ଅନୁଭୂତ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଉରକେଲାରେ ଦୃଶ୍ୟମାନ ଦୂରତା ୪୦ ମିଟର ଥିବାବେଳେ କୋରାପୁଟରେ ୫୦ ମିଟର, ନୟାଗଡରେ ୬୦ ମିଟର, ଫୁଲବାଣୀରେ ୭୦ ମିଟର, ବଲାଙ୍ଗୀରରେ ୯୦ ମିଟର, ଟିଟିଲାଗଡ଼ରେ ୧୦୦ ମିଟର ଓ ଭବାନୀପାଟଣାରେ ୨୦୦ ମିଟର ଦୃଶ୍ୟମାନ ଦୂରତା ରହିଛି।

ମୁଁ ଗୋମାଂସ ଖାଏନି କି ପ୍ରୋତ୍ସାହନ କରେନି – କାମିୟା ଜାନୀ

ଆସନ୍ତା ୨୪ ଘଣ୍ଟାରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories