www.samajalive.in
Saturday, December 6, 2025
17.1 C
Bhubaneswar

ପରାଜୟ ପରେ ପରିବର୍ତନ, ୧୨ ନୂଆ ମହାସଚିବ ଓ ପ୍ରଦେଶ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ

ଡେସ୍କ: ୩ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୧୨ ଜଣ ନୂଆ ମହାସଚିବ ଓ ୧୨ ଜଣ ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଓଡ଼ିଶାର ନୂଆ ପ୍ରଭାରୀ ଭାବେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ଚେଲ୍ଲା କୁମାର ଓଡ଼ିଶା ପିସିସି ପ୍ରଭାରୀ ଥିଲେ। ସେହିପରି ଛତିଶଗଡ଼ କଂଗ୍ରେସ ପ୍ରଭାରୀ ଭାବେ ସଚିନ ପାଇଲଟ, ମହାରାଷ୍ଟ୍ର ପ୍ରଭାରୀ ଭାବେ ରମେଶ ଚେନିଥାଲା, ବିହାର ପ୍ରଭାରୀ ଭାବେ ମୋହନ ପ୍ରକାଶ, ହିମାଚଳ ପ୍ରଦେଶ ପ୍ରଭାରୀ ଭାବେ ରାଜୀବ ଶୁକ୍ଳା ଓ ଗୁଜରାଟ ପ୍ରଭାରୀ ଭାବେ ମୁକୁଲ ୱାସନିକ୍‌ଙ୍କୁ ନିଯୁକ୍ତି ମିଳିଛି। ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଭାରୀ ସମେତ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଓଡିଶା ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି।

ମୁଁ ଗୋମାଂସ ଖାଏନି କି ପ୍ରୋତ୍ସାହନ କରେନି – କାମିୟା ଜାନୀ

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories