www.samajalive.in
Sunday, December 7, 2025
15.1 C
Bhubaneswar

ଉଡ଼ନ୍ତା ମଣିଷ-ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ସହଜରେ ଉଡ଼ିଯାଇ

କିଛି ବର୍ଷ ପୂର୍ବେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଏୟାର କ୍ରାଫ୍ଟ କମ୍ପାନୀ ପକ୍ଷରୁ ଆକାଶର କମ ଉଚ୍ଚତାରେ ଅଳ୍ପବାଟ ଉଡ଼ିପାରୁଥିବା ଏକ କ୍ଷୁଦ୍ର ଉଡ଼ନ୍ତା ଯାନ ନିର୍ମାଣ କରାଯାଇଥିଲା।

ଏହି ଯନ୍ତ୍ରକୁ ନିଜ ଶରୀରରେ ବାନ୍ଧି ତଥା ଏକ ସ୍ବତନ୍ତ୍ର ହେଲମେଟ୍‌ ପିନ୍ଧି କେବଳ ଜଣେ ବ୍ୟକ୍ତି କିଛି ବାଟ ଉଡ଼ିଯାଇପାରୁଥିଲା। ପରେ ଏହା ଉପରେ ବିଶେଷ ଗବେଷଣା ହୋଇନଥିଲା। ତେବେ ୨୦୧୬ ମସିହାରୁ ବ୍ରିଟେନର ଜଣେ ବିମାନଚାଳକ ରିଚାର୍ଡ ବ୍ରାଓନିଙ୍ଗ ଆକାଶରେ ସ୍ବାଧୀନ ଭାବେ ମଣିଷ ଉଡ଼ିବା ବ୍ୟବସ୍ଥା ଉପରେ ଗବେଷଣା ଆରମ୍ଭ କରିଥିଲେ ଓ ୨୦୧୮ ମସିହାରୁ ଏଥିରେ ନିଷ୍ଠାପର ଭାବେ କାର୍ଯ୍ୟ କରି ୨୦୨୨ରେ ଏଭଳି ଏକ ଜେଟ୍‌ପ୍ୟାକ ପ୍ରସ୍ତୁତ କଲେ ଯାହାକୁ ପିନ୍ଧି ଏବେ ମଣିଷ ୩୬୫୮ ମିଟର ଉଚ୍ଚତା ଯାଏ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ସହଜରେ ଉଡ଼ିଯାଇ ପୁଣି ଇଚ୍ଛା ଅନୁସାରେ ପୃଥିବୀ ପୃଷ୍ଠକୁ ଫେରିଆସି ପାରୁଛି।

ଏବେ ଏହି ଜେଟ୍‌ପ୍ୟାକ୍‌ ଆଗାମୀ ଦିନରେ ଲୋକପ୍ରିୟ ହେବା ଆଶା କରାଯାଉଛି ଓ ମଣିଷ ପକ୍ଷୀ ଭଳି ଆକାଶରେ ଯେ ଇଚ୍ଛା ଅନୁସାରେ ଉଡ଼ିପାରିବ ତାହା ସତ୍ୟ ହେବାକୁ ଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories