ଦିନ ୧୦ଟା – ମୁଖ୍ୟ ସମ୍ବାଦ

(୧) ଆସନ୍ତାକାଲି ବଡଦିନ
– ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ଚାଲିଛି ପ୍ରସ୍ତୁତି
(୨) ବାଲେଶ୍ୱର ସୋର ଖନ୍ତାପଡ଼ା ଭଗତପୁର ଗାଁ ରାସ୍ତାରେ ବିଲ ମଧ୍ୟକୁ ଓଲଟିଲା ରାସାୟନିକ ଗ୍ୟାସ ହାଇଡ୍ରୋ କ୍ଲୋରାଇଡ୍‌ ଏସିଡ୍‌ ବୋଝେଇ ଟ୍ୟାଙ୍କର
– ଗ୍ୟାସ୍ ଲିକ୍‌ ହେଉଥିବା ସୂଚନା
(୩) ୩ଟି ରାଜ୍ୟରେ ପରାସ୍ତ ହେବା ପରେ ୧୨ ନୂଆ ମହାସଚିବ ଏବଂ ୧୨ ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ
– ଓଡିଶା ପ୍ରଭାରୀ ହେଲେ ଡକ୍ଟର ଅଜୟ କୁମାର
– ସଚିନ ପାଇଲଟ ଛତିଶଗଡ଼, ରମେଶ ଚେନିଥାଲା ମହାରାଷ୍ଟ୍ର, ମୋହନ ପ୍ରକାଶ ବିହାର, ରାଜୀବ ଶୁକ୍ଳା ହିମାଚଳ ପ୍ରଦେଶ ଓ ମୁକୁଲ ୱାସନିକ୍‌ ଗୁଜରାଟ ପ୍ରଭାରୀ ନିଯୁକ୍ତ
(୪) ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ ଅନୁଷ୍ଠିତ
– ସାମିଲ ହେଲେ ବଲିଉଡ୍ ଗାୟିକା ନିକିତା ଗାନ୍ଧୀ ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍
(୫) ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି
– ସର୍ବନିମ୍ନ ରାତ୍ରି ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ
(୬) ଆଜିଠାରୁ କମିବ ଶୀତର ପ୍ରଭାବ, ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ନେଇ ପାଣିପାଗ ବିଭାଗର ସୂଚନା
(୭) ତୀର୍ଥଯାତ୍ରୀ ଯୋଜନାରେ ବୁଲିବାକୁ ଯାଇ ଫେରୁଥିବା ବେଳେ ରାୟଗଡ଼ା ରେଳ ଷ୍ଟେସନ ଫୁଟ୍‌ ଓଭରବ୍ରିଜରୁ ପଡ଼ି ବୃଦ୍ଧ ମୃତ
– ମୃତକ କୋରାପୁଟ ଜିଲ୍ଲା ପୂଜାରୀପୁଟ ଅଞ୍ଚଳର ହୋଇଥିବା ସୂଚନା
(୮) ଶ୍ରୀମନ୍ଦିର ପ୍ରବେଶ ନେଇ ବ୍ଲଗର କାମିୟା ଜାନିଙ୍କ ସ୍ପଷ୍ଟୀକରଣ
– କହିଲେ ମୁଁ ବିଫ୍‌ ଖାଏନି କି ପ୍ରୋତ୍ସାହନ କରେନି
(୯) ଜମ୍ମୁକାଶ୍ମୀର ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ମୃତ
– ପ୍ରାର୍ଥନା କରୁଥିବା ବେଳେ ଅଧିକାରୀଙ୍କୁ ଗୁଳି ମାଡ ହୋଇଥିବା ସୂଚନା
(୧୦) ଆଜିଠୁ ଓଡ଼ିଶାରେ ହେବ ଅଲଟିମେଟ ଖୋଖୋ ସିଜିନ-୨

Comments are closed.