www.samajalive.in
Saturday, December 13, 2025
14.1 C
Bhubaneswar

ବଦଳିଲେ ବିବାଦୀୟ କେଭି ଅଧକ୍ଷ ଡ଼. ପ୍ରଶାନ୍ତ ଷଡ଼ଙ୍ଗୀ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ବଲପୁର ର ବିବାଦୀୟ ଅଧକ୍ଷ ଡ଼. ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ବଦଳିଲେ। ପ୍ରଶାସନିକ ଆଧାରରେ କେନ୍ଦ୍ରୀୟ ବିଦ୍ୟାଳୟ ରାଇଗଡ଼କୁ ବଦଳି କରାଯାଇଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜାରୀ ପତ୍ରାଙ୍କରେ ଜଣାଯାଇଛି। ଅନେକ ବିବାଦରେ ଛନ୍ଦି ହୋଇ ଥିବା ଶ୍ରୀ ଷଡ଼ଙ୍ଗୀଙ୍କ ଏହି ବିଦ୍ୟାଳୟରେ କାର୍ୟ୍ୟ ଅବଧି ମାତ୍ର ୧ ବର୍ଷ ୩ ମାସ ୩ ଦିନ ରହିଥିଲା।

ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ର ଅଧକ୍ଷ ଡ଼. ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ଅପାରଗତା, ଦାୟିତହୀନ କାର୍ୟ୍ୟ ଯୋଗୁଁ ବିଦ୍ୟାଳୟ ସମଗ୍ର ଭାରତ ବର୍ଷରେ ବଦନାମ ହେବା ସହିତ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଏବଂ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଯୌନ ନିର୍ୟାତନା ଦେବା ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ଦଣ୍ଡ ବିଧାନ ନ କରିବା ଏବଂ ଅଧକ୍ଷଙ୍କୁ ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତ କରି ତୁରନ୍ତ ବଦଳି କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତ ୯ ତାରିଖ ତାଙ୍କ ସମ୍ବଲପୁର ଗସ୍ତ ଅବସରରେ ଅଭିଭାବକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ ପୂର୍ବକ ସାକ୍ଷାତ ଆଲୋଚନା କରାଯାଇଥିଲା। ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ଘଟଣାର ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଭାବକ ସଂଘ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ।

- Advertisement -

ଏହି ସାକ୍ଷାତ ଆଲୋଚନା ସମୟରେ ଅଭିଭାବକ ସଂଘର ସଭାପତି ସରୋଜ ଦେଓ, ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଶ୍ରୀମନ୍ତ ପଣ୍ଡା, ଭାରତୀ ସାହୁ, ମୁନମୁନ ମାଝୀ, ମଞ୍ଜୁଲତା ମିର୍ଦ୍ଧା, ଅଶୋକ କୁମାର ମିଶ୍ର, ପ୍ରଫୁଲ୍ଲ ମିର୍ଦ୍ଧା, ଗୋପାଳଜୀ ପାଢ଼ୀ, କୈଳାଶ ସେଠ୍, ରବି ସାହୁ, ବିଜୟ ସାହୁ, ଅଶ୍ବିନୀ ପ୍ରଧାନ, କୁମର ମଣି କିସାନ, ସନ୍ଦୀପ ସିଂହ, ମୁରଲୀ ପ୍ରଧାନ, କୁଶ ବିଶ୍ୱାଳ, ସୁବାଷ ଶତପଥି ପ୍ରମୁଖ ସାମିଲ ଥିଲେ। ତେବେ ବିଦ୍ୟାଳୟର ଅଧକ୍ଷଙ୍କ ଏହି ବଦଳିକୁ ସ୍ୱାଗତ କରିବା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ଅଭିଭାବକ ସଂଘ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରାଯାଇଛି।

Hot this week

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

Related Articles

Popular Categories