ସମ୍ବଲପୁର: ସମ୍ବଲପୁର କଳା ପରିଷଦର ନୃତ୍ୟାଙ୍ଗନା ମାନେ ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳା ପରିଷଦର ସାଇମନ ସ୍ୱାଇଁ ଓ ଅନ୍ୱେଷା ସ୍ୱାଇଁ ଭୁବନେଶ୍ୱର ଠାରେ ଆସନ୍ତା ୨୮ ତାରିଖରୁ ଆୟୋଜିତ ହେବାକୁ ଥିବା ଆର୍ନ୍ତଜାତିକ ଓଡିଶୀ ନୃତ୍ୟ ପ୍ରଦର୍ଶନରେ ଅଂଶ ଗ୍ରହଣ କରିବେ। ଏଥି ପୂର୍ବରୁ ନଭେମ୍ବର ୨୪ ତାରିଖ କଳା ପରିଷଦର ୧୫ ଜଣ ଓଡିଶୀ କଳାକାର ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ନୃତ୍ୟ ପ୍ରଦର୍ଶନରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଣୁ କଳା ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ହୋତା, ସମ୍ପାଦକ ସୁଶାନ୍ତ ମିଶ୍ର, ବରିଷ୍ଠ ସଦସ୍ୟ ଡ. ବିଜୟ ପ୍ରଧାନ, ସୁନୀଲ ତ୍ରିପାଠୀ, ସଞ୍ଜୀବ ମିଶ୍ର ପ୍ରମୁଖ ଉଭୟ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Popular Categories



