www.samajalive.in
Sunday, December 7, 2025
14.1 C
Bhubaneswar

କାମରେ ଆସୁନି ପଦ୍ମପୁରର ବଡ ବନ୍ଧ ଆମ ଗାଁ ପୋଖରୀ

ପଦ୍ମପୁର: ପୂର୍ବରୁ ଗାଁରେ ଥିବା ପୋଖରୀକୁ ପରିଷ୍କାର କରାଯାଉଥିଲା। ଆଉ ପୋଖରୀ ଲାଗି ମଧ୍ୟ ଜଳ ସମସ୍ୟାରୁ ମୁକ୍ତି ମିଳୁଥିଲା। ଏବେ ପୁନରୁଦ୍ଧାର ନାଁରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁରର ବଡ଼ ବନ୍ଧ। ଏହି ବନ୍ଧରେ ଦୁଇଟି ପଞ୍ଚାୟତ ପଦ୍ମପୁର ଏବଂ ଖମାପଦର ବାସିନ୍ଦା ନିର୍ଭରଶୀଳ। ହେଲେ ଏବେ ଘାସ, ଦଳ, ମଇଳା ପାଣି ଥିବାରୁ ଏହା ଅନୁପଯୋଗୀ ହୋଇପଡ଼ିଛି।

ଏହି ବଡ ବନ୍ଧ ଏକ ପ୍ରତିଷ୍ଠିତ ବନ୍ଧ। ଅଞ୍ଚଳର ସବୁ ଯାନିଯାତ୍ରାରେ ଲୋକେ ଏହାର ପାଣି ବ୍ୟବହାର କରୁଥିଲେ। ଏପରିକି ପାର୍ବଣ ଋତୁ ଆସିଲେ ଗଣେଶ ପୂଜା, ବିଶ୍ଵକର୍ମା ପୂଜା, ଦୁର୍ଗା ପୂଜା, ଅଷ୍ଟପ୍ରହରୀ ନାମ ଯଜ୍ଞ ସହ କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ମାସ ସାରା ଏଠାରେ ସ୍ନାନ କରି ତୁଳସୀ ଗଛ ମୂଳେ ପୂଜାର୍ଚ୍ଚନା କରି ବୋଇତ ବନ୍ଦାଣ ମଧ୍ୟ କରୁଥିଲେ। ସବୁଠାରୁ ବଡ କଥା ପ୍ରଶାସନର ଚଇତି ପର୍ବ ହେଲେ ଏଠାରୁ ଗଙ୍ଗା ଆହ୍ଵାନ କରି ଜଳକୁ ପୂଜାର୍ଚ୍ଚନା କରାଯାଉଥିଲା। ଏଠାରେ ଦଶାହ କାର୍ଯ୍ୟ ସହ ପିଣ୍ଡ ଦାନ କାର୍ଯ୍ୟ ମଧ୍ୟ ହୋଇଥାଏ। ହେଲେ ଏବେ ଏ ପୋଖରୀର ଜଳ ଦୂଷିତ ହୋଇଯାଇଛି। ଲୋକେ ଗାଧୋଇଲେ କାଛୁ, କୁଣ୍ଡିଆ, ଥଣ୍ଡା, କାସ, ମ୍ୟାଲେରିଆ ସହ ଡେଙ୍ଗୁ ଜ୍ଵର ମଧ୍ୟ ହେଉଛି ବୋଲି ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର ପୁନରୁଦ୍ଧାର ହୋଇପାରୁନାହିଁ । ଉଭୟ ପଦ୍ମପୁର, ଖାମାପଦର୍ ପାଇଁ ଗାଧୋଇବା ତୁଠ ନିର୍ମାଣ ଲାଗି ଦାବି କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଏଠାରେ ବ୍ଲକ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ହେଲେ ଏ ବଡବନ୍ଧ ନିର୍ମାଣ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା ।

- Advertisement -

ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ଅତି ଶୀଘ୍ର ଏହାର ଦଳ ପଙ୍କ ସଫା ହେବ ବୋଲି କହିଛନ୍ତି। ତେବେ ଏହି ବଡ ବନ୍ଧର ପୁନରୁଦ୍ଧାର ହେଲେ ଉଭୟ ପଦ୍ମପୁର ଏବଂ ଖମାପଦର ଲୋକେ ଉପକୃତ ହୋଇପାରିବେ ଏବଂ ଖରା ଦିନରେ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories