www.samajalive.in
Tuesday, December 9, 2025
16.1 C
Bhubaneswar

ଗଡଜାତର କଳା, ସଂସ୍କୃତି ଓ ପରମ୍ପରା ନିଆରା

ଆଠଗଡ:  ଆଠଗଡ ମହୋତ୍ସବର ୪ର୍ଥ ଦିବସରେ ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ ଯୋଗଦେଇ ଗଡଜାତ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ଓ ସାରସ୍ୱତ ସୃଷ୍ଟି ଅତ୍ୟନ୍ତ ନିଆରା ବୋଲି ମତପ୍ରକାଶ କରିଥିଲେ। ଓଡିଶାର ୧୨ମାସରେ ୧୩ପର୍ବ ବିଶେଷକରି ପ୍ରତି ଅଞ୍ଚଳରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ଓ ଉତ୍ସବ ଏହାର ସ୍ୱାତନ୍ତ୍ର୍ୟକୁ ପ୍ରତିଫଳନ କରିଥାଏ ବୋଲି ଡଃ ସାହୁ ମତବ୍ୟକ୍ତ କରିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡିଶା ଶାଖା ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ଆଠଗଡ କଳା ଓ ସଂସ୍କୃତିର ପୂଣ୍ୟଭୂମି ବୋଲି କହିବା ସହ ରାଜତନ୍ତ୍ର ସମୟରେ ଏଠିକାର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଓ ରାଧାନାଥ ଦେବବର୍ମା କଳା, ସଂସ୍କୃତି ଓ ସାହିତ୍ୟ ସାଧନାକୁ ସବୁବେଳେ ପ୍ରୋତ୍ସାହନ ଦେଇଆସୁଥିଲେ ବୋଲି ପ୍ରକାଶ କରିଥିଲେ।

- Advertisement -

ଆଠଗଡ ମହୋତ୍ସବ ଆୟୋଜନ ଦ୍ୱାରା ଏ ଅଞ୍ଚଳର କଳା ସଂସ୍କୃତି ଉଜ୍ଜୀବିତ ରହିବା ସହ ଉଦୀୟମାନ କଳାକାରଙ୍କ ପ୍ରତିଭା ପରିପ୍ରକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ପୌରୋହିତ୍ୟ କରି ମହୋତ୍ସବ କମିଟିର ସଭାପତି ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ମହୋତ୍ସବ ଆଠଗଡ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ଏବଂ ସେମାନଙ୍କୁ ଏଥିପାଇଁ ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଥିଲେ।

ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ଏହି ଅବସରରେ ମହୋତ୍ସବର ସ୍ମରଣୀକା ‘ଅଷ୍ଟାୟନ’ର ୨ୟ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥିସହିତ କିକ୍‍ ବକ୍ସିଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜେତା ସୌମ୍ୟରଞ୍ଜନ ସାମନ୍ତରାୟ ଓ ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସାଂସ୍କୃତିକ କମିଟିର ଆବାହକ ପାର୍ଥସାରଥୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। ଯଶୋବନ୍ତ ବାରିକ, ନବକିଶୋର ରାଉତ, ଶଶଧର ମହାରଣା, ସୁରେଶ ଚନ୍ଦ୍ର ପ୍ରଧାନ, ରଶ୍ମି ରଞ୍ଜନ ସାହାଣୀ, ଜିତେନ୍ଦ୍ର କୁମାର ସ୍ୱାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରକାଶ ରାଉତ, ମିହିର କୁମାର ତ୍ରିପାଠୀ, ଶିବଶଙ୍କର ଜେନା, ସୁଧାଂଶୁ ଶେଖର ଦଳାଇ, ରାକେଶ ଦାଶ, ଶିଶିର ପ୍ରସାଦ ମାନସିଂହ, ଦୀପକ ମହାନ୍ତିଙ୍କ ସମେତ ଅନ୍ୟ କମିଟି ସଦସ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଠଗଡ ମହୋତ୍ସବ ୪ର୍ଥ ସନ୍ଧ୍ୟାରେ   ରାଜ୍ୟ ସଂସ୍କୃତି ବିଭାଗର ବିଭିନ୍ନ କଳାକାର ଦଳ, ଆଠଗଡର ଏବିସିଡି ଡ୍ୟାନ୍ସ ଗୃପ, ବଲିଉଡ ଡ୍ୟାନ୍ସ ଗୃପ, ତିଗିରିଆର ନୃତ୍ୟାଞ୍ଜଳିର କଳାକାରଙ୍କ ସମେତ ଆଠଗଡର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉଚ୍ଚକୋଟିର ନୃତ୍ୟଗୀତ ପ୍ରଦର୍ଶନ କରି ଦର୍ଶକକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ନିରାଶ କଲେ ହ୍ୟୁମାନ ସାଗର !
ଆଠଗଡ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଖ୍ୟାତନାମା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଂଗୀତ କାର୍ଯ୍ୟକ୍ରମ ଦେଖିବାକୁ ଶହସ୍ରାଧିକ ଶ୍ରୋତା ଓ ଦର୍ଶକ ନିରାଶ ହୋଇଛନ୍ତି। ହ୍ୟୁମାନ ସାଗର ଆସିଥିଲେ ମଧ୍ଯ ଶାରୀରିକ ଅସୁସ୍ଥତା ଯୋଗୁଁ କିଛି ଗୀତ ପାରିଲେନାହିଁ। ସେଥିପାଇଁ ସେ କ୍ଷମା ମାଗିବା ସହ ଆସନ୍ତା ଦୁଇଦିନ ମଧ୍ୟରେ ଆଉଥରେ ଆସି ସଂଗୀତ ପରିବେଷଣ କରିବେ ବୋଲି କହିଥିଲେ। ତେବେ ତାଙ୍କ ଦଳର ଅନ୍ୟ କଳାକାର ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।…….

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories