୯୪୫ ନିଶାକଫ ସିରପ ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲାରେ ନିଶା କାରବାର ବେଶ ଜୋରସୋରରେ ଚାଲିଥିବା ବେଳେ ମଝି ମଝିରେ ନିଶା କାରବାର ରୋକିବାର ଦାୟିତ୍ୱରେ ଥିବା ଏଜେନ୍ସି ଗୁଡିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଏଭଳି ଏକ ଘଟଣାରେ ସୋମବାର ରେଳ ଯୋଗେ ବେଆଇନ ଭାବରେ ନିଶାକଫ ସିରପ ଚାଲାଣ ହେଉଥିବା ସମୟରେ ଅବକାରୀ ବିଭାଗ ଚାଲାଣକାରୀ ମାନଙ୍କ ସମେତ ବିପୁଳ ନିଶାକଫ ସିରପ ଜବତ କରିଛି।

prayash

ରେଳ ଯୋଗେ ଅବୈଧ୍ୟ ରୂପେ ନିଶାକଫ ସିରପ ଚାଲାଣର ଖବର ପାଇ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଅଶୋକ ସେଟଙ୍କ ନିର୍ଦେଶରେ କୁଚିଣ୍ଡା ଅବକାରୀ ଇନିସ୍ପକେଟର ବି. ସାହୁ ଏକ ଦଳ ସହିତ ବାମରା ରେଳ ଷ୍ଟେସନରେ ଚଢ଼ଉ କରିଥିଲେ। ସେହି ସମୟରେ ରେଳ ଯୋଗେ ବେଆଇନ ଭାବରେ ୯୪୫ଟି ନିଶା କଫ ସିରପ ସମ୍ବଲପୁର ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କ ସହିତ ଧରିଥିଲେ।

ଅବକାରୀ ଦଳର ବେଆଇନ ଭାବରେ ନିଶା କଫ ସିରପ ଚାଲାଣ ଅଭିଯୋଗରେ ବୁର୍ଲା ଥାନା ଅର୍ନ୍ତଗତ ନିବାସୀ ଶ୍ରୀଧର ପଞ୍ଚବାହାର (୩୦), ସୋନୁ ଶାସନୀ (୨୦), ଟୁନା ଜାଲ (୨୨) ଓ ଗଜଧର ପଞ୍ଚବାହାର (୩୦) ଙ୍କୁ ଧରିଛି। ଅଭିଯୁକ୍ତ ମାନେ ଏହି ନିଶା କଫ ସିରପ ଗୁଡିକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକତା ଅଞ୍ଚଳରୁ ରେଳ ଯୋଗେ ବୁର୍ଲା ଅଞ୍ଚଳକୁ ଚାଲାଣ କରୁଥିବା ସମୟରେ ଅବକାରୀ ଦଳ ତାଙ୍କୁ ଧରିଛି। ଜବତ ହୋଇଥିବା ନିଶା କଫ ସିରପ ଗୁଡିକର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି ସୁପରିନ୍ଟେଣ୍ଡାନ୍ଟ ଶ୍ରୀ ସେଟ କହିଛନ୍ତି।

Comments are closed.