ହାତୀ ଡରରେ ମଞ୍ଚାରେ କାଟୁଥିଲେ ରାତି, ପ୍ରବଳ ଥଣ୍ଡାରେ ୨ଜୁଆଙ୍ଗ ମୃତ
ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁରର ପଡ଼ା ଗ୍ରାମ କୁଲାଡେରା ଆଦିମ ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ ୮ ଦିନରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଥଣ୍ଡାରେ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକ ଦ୍ବୟ ହେଲେ ଜାନୁ ଜୁଆଙ୍ଗ(୫୩) ଓ ନାରଣ ଜୁଆଙ୍ଗ(୭୫)ବୋଲି ଜଣାପଡିଛି।
ପ୍ରବଳ ଥଣ୍ଡା ହେଉଥିଲେ ମଧ୍ୟ ରାତିରେ ମଞ୍ଚା ଉପରେ ଜଗି ରହି ନିଜ ଲୋକ ତଥା ଫସଲକୁ ହାତୀ ଉପଦ୍ରବରୁ ବଞ୍ଚାଇବା ପାଇଁ ରାତି ଅନିଦ୍ରା ରହି ଜଗୁଥିଲେ। ପ୍ରବଳ ଥଣ୍ଡାରେ ରାତ୍ରି ଜଗୁଆଳୀ ସାଜି ଲୋକଙ୍କ ସୁରକ୍ଷା ଦେବା ତାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥିଲା। ଜାନୁ ଜୁଆଙ୍ଗଙ୍କର ୮ଦିନ ତଳେ ମୃତ୍ୟୁ ଘଟିଥିବା ବେଳେ ନାରଣ ଜୁଆଙ୍ଗଙ୍କର ଗତ ରାତି ମୃତ୍ୟୁ ଘଟିଛି। ଏହି ଆଦିମ ଜନଜାତିଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କରାଯିବା ସହ ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ବନବିଭାଗ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।
Comments are closed.