ତିନିକୋଶିଆ ଜଙ୍ଗଲରେ ଯୁବକଙ୍କ ମୃତ୍ୟୁ: ନୀଳଗିରି ଥାନାରେ ରୁଜୁ ହେଲା ହତ୍ୟା ମାମଲା; ସରପଞ୍ଚ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର ତିନିକୋଶିଆ ଜଙ୍ଗଲରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଏନେଇ ସଜନାଗଡ଼ ସରପଞ୍ଚଙ୍କୁ ପୁଲିସ ଗିରଫ କରିଛି ।

prayash

ଗତକାଲି ରାତିରେ କୁସୁମିଆଁ ଗାଁର ପୂର୍ଣ୍ଣଚନ୍ଦ୍ର ପାଟୁଳିଆଙ୍କ ବଡ଼ପୁଅ ନାଲିଆ ଓରଫ ବସନ୍ତ(୩୫)ଙ୍କ ମୃତଦେହକୁ ଭାଲୁକାଶୁଣି ନିକଟ ତିନିକୋଶିଆ ଜଙ୍ଗଲର ୧୧ନଂ ପୋଲ ନିକଟରୁ ଉଦ୍ଧାର କରାଯାଇଥିଲା । ସଜନାଗଡ଼ ସରପଞ୍ଚ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରି ସେ ମରି ଯାଇଥିବା ସମ୍ପର୍କରେ ସାନଭାଇକୁ ଅବଗତ କରିଥିଲା ବୋଲି ତାଙ୍କ ବାପା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।

ମୃତକଙ୍କ ଦେହ ମୁଣ୍ଡରେ ଗଭୀର ଆଘାତ ସୃଷ୍ଟି ହୋଇଛି । ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ବସନ୍ତଙ୍କୁ ପିଟି ପିଟି ମାରି ଦିଆଯାଇଛି ବୋଲି ତାଙ୍କ ବାପା ଏତଲାରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ନୀଳଗିରି ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା । ମୃତକଙ୍କ ପିତାଙ୍କ ଏତଲାକୁ ଆଧାର କରି ପୁଲିସ ପକ୍ଷରୁ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛିା ଏହି ଘଟଣାରେ ଆଜି ସଜନାଗଡ଼ ସରପଞ୍ଚ ପ୍ରଦୀପ ଖାଲପାଳିଆଙ୍କୁ ଗିରଫ କରାଯାଇ ଥାନାରେ ଅଟକ ରଖାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ଯୁବକଙ୍କ ମୃତ୍ୟୁର କାରଣ ଉନ୍ମୋଚନ ହେବ ବୋଲି ସୂଚନା ମିଳିଛି ।

Comments are closed.