ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ
କଲମପୁର : କଲମପୁର ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି। ଏଥିରେ ୧୪ଟି ଶାଖାର ୧୫ରୁ ଅଧିକ କର୍ମଚାରୀ ଯୋଗଦେଇଥିଲେ। ଡାକ ସେବକଙ୍କ ପାଇଁ ଦୈନିକ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି, ୫ ଲକ୍ଷ୍ୟ ସ୍ୱାସ୍ଥ୍ୟ ବୀମା, ସେମାନଙ୍କୁ ପେନସନ ପ୍ରଦାନ ଗ୍ରାଚୁଇଟି, ଭତ୍ତା ବାବଦରେ ୫ଲକ୍ଷ୍ୟ ଟଙ୍କା ପ୍ରଦାନ ସହ ମାସିକିଆ ଦିଆଯାଉଥିବା ଲକ୍ଷ୍ୟ ବନ୍ଦ କରିବାକୁ ସେମାନେ ଦାବୀ ରଖିଛନ୍ତି।
ଦୀର୍ଘଦିନ ହେବ ଗ୍ରାମୀଣ ଡାକ୍ତର ସେବକ ସେବା ଯୋଗାଇ ଆସୁଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ପାଇଁ ପତର ଅନ୍ତର ସୃଷ୍ଟି କରୁଛନ୍ତି ବୋଲି ସେମାନେ ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଧାରଣା ଅବ୍ୟାହତ ରଖିବେ। ଆଜିର ଏହି ଧାରଣାରେ ଧନେଶ୍ବର ହରିଜନ, ରାଜେଶ କୁମାର ସାହୁ, ଚିନି ଦୁର୍ଗ, ନୈମିଶ ପଣ୍ଡା, ରାଧାକାନ୍ତ ନାୟକ ଶ୍ବାତୀ ମିଶ୍ର ପ୍ରମୁଖ ଏହି ଧାରଣାରେ ବସିଥିଲେ।
Comments are closed.