ଲାଞ୍ଜିଗଡ଼ ବେଦାନ୍ତ ପକ୍ଷରୁ ସପ୍ତାହବ୍ୟାପୀ ମାଗଣା ସଚେତନତା ଶିବିର

ଲାଞ୍ଜିଗଡ଼: ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ ପକ୍ଷରୁ ସଂପ୍ରତି ବିଶ୍ୱ ଏଡସ ଦିବସ ଅବସରରେ ଗୋଷ୍ଠୀକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଲାଞ୍ଜିଗଡ଼ରେ ସପ୍ତାହବ୍ୟାପୀ ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି। ସପ୍ତାହବ୍ୟାପୀ ଏହି ଅଭିଯାନ ଲାଞ୍ଜିଗଡ଼ ଓ ନିକଟବର୍ତ୍ତୀ ଅଞ୍ଚଳରେ ଏଚଆଇଭି, ଏଡ୍‌ସ ଉପରେ ଲାଞ୍ଜିଗଡ ଓ ଅମ୍ବାଦୋଳାରେ ରାଲି, ଅଧିବେଶନ ଓ ସୂଚନା ପ୍ରଚାରପତ୍ର ବଣ୍ଟନ କରି ଲୋକମାନଙ୍କୁ ଏହି ରୋଗ ଉପରେ ସଚେତନ କରାଯାଇଥିଲା । ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିଥିଲା, ଯେଉଁଥିରେ ପ୍ରବାସୀ ଶ୍ରମିକ, ଗର୍ଭବତୀ ମହିଳା, କଲେଜ ଛାତ୍ର ଓ ଟ୍ରକ ଚାଳକ ଅନ୍ତର୍ଭୁକ୍ତ ଥିଲେ । ଏହି ଅଭିଯାନ ପ୍ରତ୍ୟେକ ଅଞ୍ଚଳରେ ଲୋକମାନଙ୍କ ନିକଟରେ ପହଞ୍ଚିଥିଲା । କଲେଜ ଛାତ୍ରମାନେ ସ୍ୱେଚ୍ଛାକୃତ ଭାବେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥିରେ ଆଣ୍ଟି ରିଟ୍ରୋଭାଇରାଲ ଥେରାପି(ଏଆରଟି) ବିଷୟରେ ଲୋକମାନଙ୍କୁ ବୁଝାଯାଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ- ଆଲୁମିନା ବିଜିନେସ ବେଦାନ୍ତ ଲିମିଟେଡ କହିଛନ୍ତି ଯେ, ସଂପ୍ରତି ଦ୍ରୁତ ଗତିରେ ବଢୁଥିବା ଦୁନିଆର ଆର୍ଥିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ଲାଗି ସ୍ୱାସ୍ଥ୍ୟ ହେଉଛି ପ୍ରାଥମିକତା । ଆମ ଗୋଷ୍ଠୀର ସାମୂହିକ ବିକାଶ ଓ କଲ୍ୟାଣ ପାଇଁ ବେଦାନ୍ତ ଲାଞ୍ଜିଗଡ ସର୍ବଦା ଧ୍ୟାନ ଦେଉଛି । ବିଶ୍ୱର ସ୍ୱାସ୍ଥ୍ୟ ଆହ୍ୱାନ ଭାବରେ ଏଚଆଇଭି/ଏଡ୍‌ସ ବିଷୟରେ ଆମ ଗୋଷ୍ଠୀକୁ ସଚେତନ କରାଇବା ଆମର ଉଦ୍ଦେଶ୍ୟ । ଏହିପରି ପଦକ୍ଷେପ ଜରିଆରେ ଆମେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛୁ । ଲାଞ୍ଜିଗଡ ବେଦାନ୍ତର ଉଦ୍ୟମକୁ ପ୍ରଶଂସା କରି ଅମ୍ବାଦୋଳା, ସୀମାନ୍ତ ଜୁନିୟର କଲେଜର ପ୍ରଧାନଶିକ୍ଷକ କବିରାଜ ପ୍ରଧାନ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତିଯେ ଏହା ଆମ ସମାଜ ଓ ଗୋଷ୍ଠୀ ପାଇଁ ଏପରି ସଚେତନତା ଗୁରୁତ୍ୱପୂର୍ଣ୍ଣ । ଆଜିର ଦୁନିଆରେ ଏହିପରି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସମାଜକୁ ସଚେତନ କରାଇବା ଦ୍ୱାରା ଲୋକମାନେ ଏହି ରୋଗ ସଂପର୍କରେ ଅବଗତ ହେବା ସହିତ ଅଧିକ ଜ୍ଞାନଲାଭ କରିପାରିବେ। ଏଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ୟୁଏନଏଆଇଡିଏସ ଦ୍ୱାରା ବିଶ୍ୱ ଏଡସ ଦିବସକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ପାଳନ କରାଯାଏ । ସାରା ବିଶ୍ୱରେ ୩୦ ନିୟୂତରୁ ଅଧିକ ଲୋକ ଏଚଆଇଭିରେ ପୀଡ଼ିତ ଥିବା ବେଳେ ବେଦାନ୍ତ ପକ୍ଷରୁ ଲୋକମାନଙ୍କୁ ଏଥିପାଇଁ ସଚେତନ କରିବା ଗୁରୁତ୍ୱପୂର୍ଣ୍ଣ । ବେଦାନ୍ତ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ସୁନିଶ୍ଚିତ କରିବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିଛି । ବେଦାନ୍ତ ଡାକ୍ତରଖାନା ହେଉଛି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଯେଉଁଠାରେ ଅଭିଜ୍ଞ ଡାକ୍ତର, ଫିଜିଓଥେରାପିଷ୍ଟ ଓ ଭ୍ରମଣକାରୀ ବିଶେଷଜ୍ଞ ଓ ୨୪ ଘଣ୍ଟିଆ ରେଫରାଲ ପାଇଁ ଆମ୍ବୁଲାନସ ଦ୍ୱାରା ସଜ୍ଜିତ । ପ୍ରତିବର୍ଷ ଏଠାରୁ ପ୍ରାୟ ୬୦ ହଜାରରୁ ଅଧିକ ଲୋକ ଚିକିତ୍ସା ସେବା ପାଇଥାନ୍ତି । ମା’ ସନ୍ତୋଷୀ ଜନ କଲ୍ୟାଣ ହସପିଟାଲ ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ସମର୍ଥିତ ବଙ୍କାକୁନ୍ଦୁରୁ ଅଂଚଳରେ ୯ଟି ଗ୍ରାମ ପଂଚାୟତର ଲୋକମାନେ ଏଠାରୁ ଚିକିତ୍ସା ସେବା ପାଇଥାନ୍ତି । ଏହି ଅଞ୍ଚଳଟି ଲାଞ୍ଜିଗଡର ଏକ ଦୂରବର୍ତି ସ୍ଥାନରେ ଥିବାରୁ ସ୍ୱାସ୍ଥ୍ୟସେବା ଏହି ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

Comments are closed.