www.samajalive.in
Monday, December 15, 2025
24.1 C
Bhubaneswar

ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ୨ ଭାଇ ନିର୍ଯାତନାର ଶିକାର ହୋଇଥିଲେ। କୌଶଳ କ୍ରମେ ଖସି ଆସିଥିଲେ ମଧ୍ୟ ଘରେ ପହଞ୍ଚି ପାରିନଥିଲେ। ଟ୍ରେନରେ ଫେରି ରାୟଗଡା ପହଞ୍ଚିଲା ବେଳକୁ ଚାଲି ପାରୁ ନଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆରପିଏଫ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପାରିନଥିଲା। ରବିବାର ଜଣେ ଭାଇର ମୃତ୍ୟୁ ଘଟିଥିବା ବେଳେ ରାତିରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଟିକିରି ଥାନା ମକାପଦର ଗାଁର ହୋଇଥିବା ବେଳେ ୩ ମାସ ତଳେ ଆନ୍ଧ୍ର ଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories