mission shakti banner

ସରିଲା ଗଣତି, ମିଳିଲା ୩୦୫ କୋଟି

BSKY banner  750×100

ବଲାଙ୍ଗିର: ବଲାଙ୍ଗିର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି। ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଟଙ୍କା ଗଣତି ଶେଷ ହୋଇଛି। ୫ ଦିନ ଲଗାତାର ଗଣତି ପରେ ଆଜି ଟଙ୍କା ଗଣତି ସରିଲା। ଗଣତିରେ ପ୍ରାୟ ୩୦୫ କୋଟି ଟଙ୍କା ହୋଇଥିବା ସୂଚନା ମିଳିଛି। ସ୍ପଷ୍ଟ କେତେ ଟଙ୍କା ମିଳିଲା ପୂରା କାଉଣ୍ଟିଂ ପରେ ଜଣାପଡ଼ିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ପଞ୍ଚମ ଦିନରେ ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ଲାଗିଛି। ଭାଟି ଭିତରେ ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଛି। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି।

Comments are closed.