www.samajalive.in
Tuesday, December 9, 2025
26.1 C
Bhubaneswar

‘ଭୂଗୋଳରେ ପ୍ରାକୃତିକ ବିପଦ ଏବଂ ବିପର୍ଯ୍ୟୟ ପରିଚାଳନା’ ଶୀର୍ଷକ ସ୍ମୃତି ସମ୍ଭାଷଣ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଭୁଗୋଳ ବିଭାଗ ପକ୍ଷରୁ ଦ୍ବିତୀୟ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସମ୍ଭାଷଣ ‘ସେଭେନ ପିଲାର୍ସ ଅଫ ୱିଜଡମ(ଆନେକ୍ସ-୧)’ଠାରେ ଅନୁଷ୍ଠିତ ହୋଇଯାଇଛି। ଭୁଗୋଳ ବିଭାଗ ମୁଖ୍ୟ ପ୍ରଫେସର ରଞ୍ଜନା ବାଜପାୟୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଂଙ୍କକସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପ୍ରଫେସର ଜୟନ୍ତ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଭୂଗୋଳରେ ପ୍ରାକୃତିକ ବିପଦ ଏବଂ ବିପର୍ଯ୍ୟୟ ପରିଚାଳନା’ ଶୀର୍ଷକ ବିଷୟବସ୍ତୁ ଉପରେ ଦ୍ବିତୀୟ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସମ୍ଭାଷଣ ପ୍ରଦାନ କରିଥିଲେ। ଭୌଗଳିକ, ଜଳବାୟୁ ଏବଂ ଜିଓମୋର୍ଫୋଲୋଜି ଶିକ୍ଷାଦାନରେ ପ୍ରଫେସର ଆଚାର୍ଯ୍ୟଙ୍କ ବେଶ ପାରଦର୍ଶିତା ରହିଥିଲା। ୫୦ ବର୍ଷ ପୂର୍ବେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବ୍ୟ ବିପଦ ବିଷୟରେ ପୂର୍ବାନୁମାନ ତଥ୍ୟ ଦେଇପାରୁଥିଲେ ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଥିଲେ।

ରେଭେନ୍ସା ବିଶ୍ବବିଦ୍ୟାଳୟର ଭୁଗୋଳ ବିଭାଗର ବିକାଶ ଏବଂ ଭୁଗୋଳ ଓ ଜୟବାୟୁ କ୍ଷେତ୍ରରେ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅବଦାନ ସମ୍ପର୍କରେ ଡ.ଶିବ ପ୍ରସାଦ ସାହୁ ବକ୍ତବ୍ୟ ରଖିଥିଲେ।

- Advertisement -

ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ବାର୍ଷିକ ସ୍ମୃତି ସମ୍ଭାଷଣ ପ୍ରତିଷ୍ଠା କରିଥିବାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗକୁ ପରିବାର ତରଫରୁ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଡ.ବିକାଶ ଏବଂ ଡ. ଶାନ୍ତା ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories