www.samajalive.in
Monday, December 15, 2025
24.1 C
Bhubaneswar

କେବିସି ଜୁନିଅରରେ ଅଂଶ ଗ୍ରହଣ କରି ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଲେ ଉମରକୋଟର ଶାଶ୍ଵତ ପଟ୍ଟନାୟକ 

ନବରଙ୍ଗପୁର:  ସମଗ୍ର ନବରଙ୍ଗପୁର ଜିଲା ପାଇଁ ଥିଲା ଆଜି ପ୍ରଥମ ଘଟଣ। ଓ  ଐତିହ।ସିକ ଦିନ। ସମଗ୍ର ନବରଙ୍ଗପୁର ଜିଲା ପାଇଁ ଆଜି ଗୌରବ ଆଣିଛନ୍ତି ଉମରକୋଟର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶାଶ୍ଵତ ପଟ୍ଟନାୟକ। ସେ ଭାରତ ବର୍ଷର ସବୁଠୁ ଲୋକ ପ୍ରିୟ ଜାତିୟ ସ୍ତରର ଟିଭି ସୋ “କୌନ ବନେଗା କୋରଡ ପତି” କାର୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରି ୧୩ଲକ୍ଷ ୪୦ ହଜାର ଟଙ୍କା ଜିତି ସମଗ୍ର ନବରଙ୍ଗପୁର ଜିଲାରେ ଚହଳ ସୃଷ୍ଟି କରିଛନ୍ତି। ଶାଶ୍ବତ ବୋଲି  ଚଳଚିତ୍ର ଜଗତର ମହା ନାୟକ ଅମିତାଭ ବଚ୍ଚନ ଙ୍କ ସହ ଗତ ୭ ତାରିଖ ଦିନ ଖେଳି ମୁମ୍ବାଇରୁ
ଉମରକୋଟ ଫେରି ଆସିଥିଲେ।

ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା କେବିସି ଜୁନିଅର  କାର୍ୟ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ ଓ ୨୯ ତାରିଖ ରେ ହଟ ସିଟରେ ପହଞ୍ଚି ଥିଲେ। ଯାହା କି ଗତକାଲି ପ୍ରସାରଣ ହେଇଥିଲା।  ସୁପରଷ୍ଟାର  ଅମିତାଭ ବଚ୍ଚନ ଏହାକୁ ପରିଚାଳନା କରିଥିବା ବେଳେ ଶାଶ୍ବତଙ୍କ ଖେଳରେ ସେ ଅତ୍ୟନ୍ତ ମୁଗ୍ଧ ହୋଇଥିଲେ। ଶାଶ୍ବତ ବିନା ଲାଇଫ ଲାଇନ ବ୍ୟବହାର କରି ୬ ଲକ୍ଷ ୪୦ ହଜାର ଟଙ୍କା  ଜିତି ଥିଲେ। ଯାହାକି ଉପସ୍ଥିତ ଦର୍ଶକ ଆଚମ୍ବିତ ହେଇ ଯାଇଥିଲେ। ତେବେ ୬ଲକ୍ଷ ୪୦ ହଜାର ଟଙ୍କା ଓ ୧୨ଲକ୍ଷ ୫୦  ହଜାର ଟଙ୍କା ମଧ୍ୟରେ ଶାଶ୍ଵତ ୨ଟି ଲାଇଫ ଲାଇନ ବ୍ୟବହାର କରି ଦେଇଥିଲେ। କିନ୍ତୁ ୧୨ ଲକ୍ଷ ୫୦ ହଜାର ଟଙ୍କାରେ ଶାଶ୍ଵତ ୩ ୟ ଲାଇଫ ଲାଇନ ବ୍ୟବହାର କରି ଦର୍ଶକଙ୍କ ସାହାଯ୍ୟ ନେଇଥିଲେ।

- Advertisement -

ଦର୍ଶକ ଯେଉଁ ଉତ୍ତର ଦେଇ ଥିଲେ ସେଥିରେ  ଶାଶ୍ଵତ ସନ୍ତୁଷ୍ଟ ହେଇ ନ ଥିଲେ ଓ ଖେଳକୁ ଛାଡି ଦେଇ ଥିଲେ। କିନ୍ତୁ ଦର୍ଶକ ଦେଇଥିବା ଉତ୍ତର ଭୁଲ ଥିଲା। ଯଦି ଦର୍ଶକଙ୍କ ସହ ଯାଇ ଥାନ୍ତେ ତେବେ ସିଧା ତଳକୁ ଆସି ୩ ଲକ୍ଷ ୨୦ ହଜାର ଟଙ୍କା ପାଇ ଥାନ୍ତେ। ତେବେ ସେ  ୧୩ ଲକ୍ଷ୪୦ ହଜାର ଟଙ୍କା ପାଇଥିଲେ। ପିଲା ବେଳରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଶାଶ୍ଵତ ପଟ୍ଟନାୟକ କୌନ ବନେଗା କରଡୋ ପତି ପରି ଏକ ଜାତୀୟ ଟିଭି ଶୋରେ ଅଂଶ ଗ୍ରହଣ କରିବାରେ ନବରଙ୍ଗପୁର ଜିଲା ପାଇଁ ଏହା ପ୍ରଥମ । ଉମରକୋଟ ସହରକୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ଶାଶ୍ଵତ ସଫଳ ହେବା ସହ ପୃଥିବୀର ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି ହେବ। ପାଇଁ ଚାହେଁ କହି ବିଗ ବିଙ୍କୁ ପ୍ରଭାବିତ କରିଥିଲେ ଶାଶ୍ଵତ। ଏପରି କି ଅମିତାଭ ବଚ୍ଚନଙ୍କ କଥା ସମଗ୍ର ଭାରତ ବର୍ଷ ଶୁଣେ ବୋଲି ଶାଶ୍ୱତ କହିବା ମାତ୍ରେ ବିଗ୍ ବି କିଛି ସମୟ ପାଇଁ ଭାବ ବିହୁଳ ହେ।ଇ ପଡିଥିଲେ।

ଶାଶ୍ବତ ପଟ୍ଟନାୟକ ହେଉଛନ୍ତି ଉମରକୋଟ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବକୋଦାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ  ନରେଶ ଚନ୍ଦ୍ର ପଟ୍ଟନାୟକ ଓ ମାତା ହେଉଛନ୍ତି ତୁଷ।ରି  ପଟନାୟକ ପୁଅ। ଶାଶ୍ୱତ ସର୍ବ ମୋଟ ୬ ଗୋଟି ଭାଷା ଜାଣିଥିବା ଜାଣି ସୁପରଷ୍ଟାର  ଅମିତାଭ ବଚ୍ଚନ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ।  ମହାନାୟକ ଅମିତାଭ ବଚ୍ଚନଙ୍କୁ ଭେଟି ତାଙ୍କ ସହ ଖେଳ ଖେଳିବା ଜୀବନର ଏକ ନିଆରା ଅନୁଭୂତି ବୋଲି ବର୍ଣ୍ଣନା କରିବା ସହ ପ୍ରତିଟି କ୍ଷେତ୍ରରେ ସଦ। ସର୍ବଦା ଚେଷ୍ଟା କଲେ ପ୍ରତ୍ୟେକ ଛାତ୍ର ଛାତ୍ରୀ ସଫଳ ପାଇବେ ବୋଲି କୁହନ୍ତି ଶାଶ୍ଵତ ପଟ୍ଟନାୟକ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories