ପାକିସ୍ତାନରେ ଚମ୍ପିଆନ୍‌ସ ଟ୍ରଫି ଆୟୋଜନ ନେଇ ଆଶଙ୍କା

ଦୁବାଇ: ପାକିସ୍ତାନରେ ୨୦୨୫ରେ ଚମ୍ପିଆନ୍‌ସ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚମ୍ପିଆନ୍‌ସ ଟ୍ରଫି ମ୍ୟାଚ୍‌ ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ଅରାଜି ଅଛି। ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନୁମତି ଦେଇ ନାହାନ୍ତି ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ସ୍ପଷ୍ଟ କରି ସାରିଛନ୍ତି।

prayash

ଏପରି ସ୍ଥିତିରେ ପାକିସ୍ତାନରେ ଚମ୍ପିଆନ୍‌ସ ଟ୍ରଫି ଆୟୋଜନ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବନ୍ଦ୍ବରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ଅରାଜି ହେଲେ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜିତ କରାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଇସିସିର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଚମ୍ପିଆନ୍‌ସ ଟ୍ରଫିର କେତେକ ମ୍ୟାଚ୍‌ ପାକିସ୍ତାନ ଏବଂ ଆଉ କେତେକ ମ୍ୟାଚ୍‌ ୟୁଏଇରେ ଆୟୋଜନ କରିବାକୁ ଆଇସିସି ବିଚାର କରୁଥିବା ଜଣାପଡ଼ିଛି। ସୂଚନାଥାଉକି ୨୦୧୭ରେ ଶେଷଥର ପାଇଁ ଚମ୍ପିଆନ୍‌ସ ଟ୍ରଫି ଖେଳାଯାଇଥିବା ବେଳେ ଏଥିରେ ପାକିସ୍ତାନ ଦଳ ବିଜୟୀ ହୋଇଥିଲା। ଚମ୍ପିଆନ୍‌ସ ଟ୍ରଫିରେ ବିଶ୍ବର ଶ୍ରେଷ୍ଠ ୮ଟି ଦଳ ଭାଗ ନେଇଥାନ୍ତି।

Comments are closed.