କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ
ସାକ୍ଷୀଗୋପାଳ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶା ସଂସ୍କୃତି ଓ ପ୍ରାଚୀନ ଐତିହାସିକ ସମ୍ପର୍କକୁ ନେଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତୀତର ସେହି ସ୍ମୃତିକୁ ମନେ ରଖି ଓଡ଼ିଆ ପୁଅ, ବୋହୁ ଓ ଝିଅ ମାନେ ଆଜି ଭୋର ସମୟରେ ସ୍ନାନ ସାରି ଚନ୍ଦନ ପୋଖରୀ, ରତ୍ନଚିରା ନଦୀ, ଭାର୍ଗବୀ ନଦୀ ଗଡ଼ିଆ, ପୋଖରୀ ନାଳରେ କଦଳୀ ବାସୁଙ୍ଗା, ସୋଲ ଓ କାଗଜ ଦ୍ୱାରା ପ୍ରସ୍ତୁତ ଡ଼ଙ୍ଗା ରେ ଗୁଆ ,ପାନ ,ଅରୁଆ ଚାଉଳ ,ଦୁବ, ବରକୋଳି ପତ୍ର, ଧୂପ ଦୀପ ଆଦି ଦେଇ ଡ଼ଙ୍ଗା ଭସାଇଥିଲେ ।
ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରମ୍ପରାକୁ ପାଳନ କରିଥିଲେ। ଡଙ୍ଗା ଭସେଇବା ବେଳେ ‘ଆ କା ମା ବୈ, ପାନ ଗୁଆ ଥୋଇ, ତୋ ପାନ ଗୁଆ ତୋର, ମାସକ ଧରମ ମୋର’ ଗାନ କରିଥିଲେ ।
ଆଜି ସକାଳେ ସାକ୍ଷୀଗୋପାଳ ମନ୍ଦିର ସମେତ ବଡ଼ କାଞ୍ଜିଆର କୋଶଳେଶ୍ୱର ଦେବ,ମା ମଉନେଇଁ ଠାକୁରାଣୀ, ବୀର ଗୋବିନ୍ଦ ପୁରର ମା ଦକ୍ଷିଣ କାଳୀ, ବଳ ପୁରର ହରି ସହଦେଵ ମନ୍ଦିର, ସାଣ୍ଢରାସ୍ଥିତ ନୀଳକଣ୍ଠେଶ୍ବର ଦେବ, ବରାଳସ୍ଥିତ ବାଲୁଙ୍କେଶ୍ୱର ଦେବ, ଅହମ୍ମଦ ପୁରସ୍ଥିତ ମୁଆଁଖିଆ ମହାଦେବ,ବଳ ପୁରସ୍ଥିତ ବାଲୁଙ୍କେଶ୍ୱର ଦେବ ଇତ୍ୟାଦିକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l
Comments are closed.