ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କଣ୍ଟାମାଳ ୧୨ଘଣ୍ଟିଆ ବନ୍ଦ ଡାକରା ସଫଳ

ଘଣ୍ଟାପଡ଼ା: ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳା ସହିତ ସରକାର ଭାଷା, କଳା, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତ, ଆଦିବାସୀ, ଦଳିତଙ୍କ ଅଧିକାର ପ୍ରତି ଅଣଦେଖା କରୁଥିବାରୁ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଦାବିରେ ସମଗ୍ର ପଶ୍ଚିମ ଓଡିଶା ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି। ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି କୋଶଲ ସମନ୍ୱୟ ସମିତି କଣ୍ଟାମାଳ ସଭାପତି ଚୈତନ୍ୟ ବେହେରା ଙ୍କ ନେତୃତ୍ୱରେ ଶମ୍ଭୁ ପ୍ରସାଦ ସାହୁ, ଠାକୁର ଚରଣ ନାୟକ, ପ୍ରମୋଦ ରଣା, ସୁମନ୍ତ ସାହୁ, ସୁଶାନ୍ତ ଦାସ ସମେତ ଅନ୍ୟ କୋଶଲ କର୍ମୀମାନେ ପିକେଟିଂ କରି କଣ୍ଟାମାଳରେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସହ ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ।

prayash

ସେହିପରି କଣ୍ଟାମାଳରୁ ଫୁଲବାଣୀ ଓ ବାଲିଗୁଡାକୁ ସଂଯୋଗ କରୁଥିବା ରାସ୍ତାର ତିଳକlମାଲ-ଘୁଚେଙ୍ଗ ଠାରେ ଭାଗିରଥି କୁସଲ, ଚନ୍ଦ୍ରକାନ୍ତ ବାଘ ଓ ଅନ୍ୟମାନେ ରାସ୍ତା ରୋକ ର ନେତୃତ୍ୱ ନେଇଥିଲେ। ପଲସାଗୋରାରେ ଆଶିଷ କ୍ଷେତୀ, ମାରାଡୋନା କ୍ଷେତୀ ସମେତ ଅନ୍ୟମାନେ, ମନମୁଣ୍ଡାରେ କେକେଡ଼ିର ଆବାହକ ସୁବେଦାର ଲଳିତ ସାହୁ ଓ ଅନ୍ୟମାନେ, ଖୁଣ୍ଟିଗୋରାରେ ଶଙ୍କର ସାହୁ ଓ ସାଥି, ଆମ୍ବଗାଁରେ ଜୟଦେବ ରଣା, ଋଷି ରଣା ସହ ଅନ୍ୟମାନେ, ଘଣ୍ଟାପଡ଼ାରେ ଜୟ ମା ସମଲେଶ୍ୱରୀ କୋଶଲ ସେନାର ସଭାପତି ଅମରନାଥ ସାହୁ, ପିଣ୍ଟୁ ବାରିକ, ମଣ୍ଟୁ ବାରିକ, ପ୍ରକାଶ ସାହୁ, ବିଶ୍ୱ ରଞ୍ଜନ ବିଶି, ରଶ୍ମି ରଞ୍ଜନ ବିଶି, ଓମ ପ୍ରକାଶ ସାହୁ ସହ ଅନ୍ୟମାନେ ବନ୍ଦର ନେତୃତ୍ୱ ନେଇଥିଲେ। ତେବେ ଏହି ବନ୍ଦରେ ଡାକ୍ତରଖାନା, ଔଷଧ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ସ୍ୱାଭାବିକ ଭାବେ ଚାଲୁ ରହିଥିଲା। କଣ୍ଟାମାଳ ବ୍ଲକର ମନମୁଣ୍ଡା, ଖଟଖଟିଆ, ପଲାସାଗୋରା, ଆମ୍ବଗାଁ, ଘଣ୍ଟାପଡା, ଖୁଣ୍ଟିଗୋରା କଣ୍ଟାମାଳ ସମେତ ପ୍ରାୟ ସମସ୍ତ ଅଞ୍ଚଳରେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ଜୀବନଯାତ୍ରା ଠପ ହେବା ସହ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା।

Comments are closed.