www.samajalive.in
Sunday, December 14, 2025
19.1 C
Bhubaneswar

କୋଶଲ ନାରାରେ ଗର୍ଜିଲା ପଶ୍ଚିମ ଓଡ଼ିଶା

ଦେଓଗାଁ : ଓଲିଉଡକୁ ନେଇ ଲାଗିଥିବା ବିବାଦ ଥମିବାର ନା ନେଉନି। ମନୋଜ୍ ମିଶ୍ରକୁ ଓଲିଉଡରୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପରେ ପଶ୍ଚିମ ଓଡ଼ିଶାରେ ୧୦ ଟି ଜିଲ୍ଲାରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ମନୋଜ୍ ମିଶ୍ରଙ୍କ ବହିସ୍କାରକୁ ତୁରନ୍ତ ହଟାଇବାକୁ ଚେତାବନୀ ଦିଆଯାଇଥିଲା। ପରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ୧୮ ତାରିଖ କୋଶଲ ବନ୍ଦ୍ ପାଇଁ ନିଷ୍ପତ୍ତି ନିଆଗଲା। ଆଜି ପଶ୍ଚିମ ଓଡ଼ିଶାରେ ଦଶଟି ଜିଲ୍ଲାରେ ଅଖ ଚକ ବନ୍ଦ ରହିଥିବା ବେଳେ ସମଗ୍ର ସରକାରି, ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।
ବଲାଙ୍ଗିର ଜିଲ୍ଲାର ସଇଁତଳା, ତୁଷୁରା ଦେଓଗାଁ ଆଦି ଅଞ୍ଚଳରେ ବନ୍ଦର ବେଶି ପ୍ରଭାବ ଦେଖିବାକୁ ମିଳିଛି। ଦେଓଗାଁ ଜାତୀୟ ରାଜପଥ ୨୬ ନିକଟରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓ କୋଶଲ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ବଚସା ମଧ୍ୟ ଦେଖିବାକୁ ମିଳିଥିଲା। ଟାୟାର ଜାଳି ଜାତୀୟ ରାଜପଥ ୨୬କୁ ରାସ୍ତାରୋକ କରୁଥିବା ବେଳେ ପୁଲିସ ରାସ୍ତା ରୋକକୁ ଖାଲି କରିଥିଲା। ଏହାପରେ ଆନ୍ଦୋଳନ କାରୀ ଯୁବକ ମାନେ ପୁଲିସ ଗାଡି ଆଗରେ ବସି ନାରାବାଜି କରିଥିଲେ। ପରେ ବୁଝାସୁଜା କରିବା ପରେ ରାସ୍ତା ରୋକକୁ ଖାଲି କରିଥିଲା ଦେଓଗାଁ ପୁଲିସ। ଏହି କୋଶଲ ବନ୍ଦ ଆନ୍ଦୋଳନର ପ୍ରଭାବରେ ଦେଓଗାଁ ବ୍ଳକର ବନ୍ଧପଡା, ଅର୍ଜୁନପୁର, ଉପରଝର ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories