www.samajalive.in
Monday, December 8, 2025
16.1 C
Bhubaneswar

ଉଚ୍ଚ ରକ୍ତଚାପ ରୋଗୀ ଖାଲି ପେଟରେ ଚା’ ପିଉଛନ୍ତି କି?

ଅନେକ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ସକାଳୁ ଶୋଇ କରି ଉଠିବା ପରେ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକେ ଅନେକ ଥର ଚା’ ପିଇଥାଆନ୍ତି। ସେହିପରି ମୁଣ୍ଡ ବିନ୍ଧିବା ସମୟରେ ମଧ୍ୟ ଅନେକ ଚା’ ପିଇ ଥାଆନ୍ତି। ବର୍ଷା ଓ ଶୀତ ଦିନେ ଲୋକେ ଅଧିକ ଚା’ ପିଇଥାଆନ୍ତି। ଚା’ ସହ ଛଣାଛଣି ଜିନିଷ ଖାଇବା ମଧ୍ୟ ଅନେକଙ୍କ ପସନ୍ଦ। ତେବେ ଚା’ ପିଇବାର ନିର୍ଦ୍ଦିଷ୍ଟ ନିୟମ ରହିଛି। ମାତ୍ର କିଛି ଲୋକେ ଭୁଲ ଶୈଳୀରେ ଚା’ ପିଇଥାଆନ୍ତି। ବେଳେବେଳେ ଅଧିକ ଥର ଅନେକ ସମୟରେ ଖାଲି ପେଟରେ ମଧ୍ୟ ଚା’ ପିଇଥାଆନ୍ତି। କିଛି ଲୋକେ ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଜାଣନ୍ତୁ..
ସେଭଳି ହୃଦରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ କେଉଁ ସମୟରେ ଚା’ ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ,ତାହା ହୁଏତ ସଭିଏଁ ଜାଣି ନଥିବେ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ରୋଗ ପାଇଁ ଚିନ୍ତିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ ସକାଳେ ଉଚ୍ଚ ରକ୍ତଚାପ ରୋଗୀ ଓ ହୃଦ୍‌‌ ରୋଗୀ ଚା’ ପିଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସକାଳେ ଖାଲି ପେଟରେ କ୍ଷୀର ଚା’ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ, ରକ୍ତ ସଞ୍ଚାଳନରେ ସମସ୍ୟା ସୃଷ୍ଟି କରିଥାଏ। ଖାଲି ପେଟରେ କଦାପି କ୍ଷୀର ଚା’ ପିଅନ୍ତୁ ନାହିଁ।
ସକାଳେ ଉଠିବା ପରେ ଚା’ ପିଇବା ଅଭ୍ୟାସ ଥିଲେ,ଉଚ୍ଚ ରକ୍ତଚାପ ରୋଗୀ ଗ୍ରୀନ୍‌‌ ଟି ପିଇପାରିବେ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିବ। ଗ୍ରୀନ୍‌‌ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ସଠିକ୍‌‌ ରଖିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories