ମାତ୍ର ୮,୪୯୯ ଟଙ୍କାରେ ମିଳିବ ୫ଜି ସ୍ମାର୍ଟଫୋନ

ଡେସ୍କ: ସ୍ମାର୍ଟଫୋନ୍ କମ୍ପାନି ରେଡ୍ ମି ଗତ ସପ୍ତାହରେ ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍ ରେଡ୍ମି ଏ୪ ୫ଜି ଲଞ୍ଚ କରିଥିଲା। ଯଦି ଆପଣ ବଜେଟ୍ ଅନୁଯାୟୀ ଏକ ଭଲ ଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। ରେଡମି ଏ୪ ୫ଜି ଆଜି ଅର୍ଥାତ୍ ନଭେମ୍ବର ୨୭ ମଧ୍ୟାହ୍ନ ୧୨ଟାରେ ଇ-କମର୍ସ ସାଇଟ୍ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି। ସୂଚନାଯୋଗ୍ୟ, ଏହି ଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୪ଏସ୍ ଜେନ୨ ଚିପସେଟ୍ ରହିଛି। ଏହି ଫୋନର ମୂଲ୍ୟ ୧୦ ହଜାର ଟଙ୍କାରୁ କମ୍ ରଖାଯାଇଛି। ଆସନ୍ତୁ ଏ ବିଷୟରେ ବିସ୍ତୃତ ଭାବେ ଜାଣିବା।

୪ ଜିବି ରାମ୍ ଏବଂ ୬୪ ଷ୍ଟୋରେଜ୍ ବିଶିଷ୍ଟ ରେଡମି ଏ୪ ୫ଜି ସ୍ମାର୍ଟଫୋନର ବେସ୍ ଭାରିଏଣ୍ଟକୁ ପ୍ରଥମ ସେଲରେ ୮,୪୯୯ ଟଙ୍କାରେ କିଣାଯାଇପାରିବ। ଏହା ସହ ଫୋନର ଦ୍ୱିତୀୟ ଭାରିଏଣ୍ଟରେ ୪ ଜିବି ରାମ୍ ସହ ୧୨୮ ଜିବି ଷ୍ଟୋରେଜ୍ ରହିଛି। ପ୍ରଥମ ସେଲରେ ଏହାକୁ ୯୪୯୯ ଟଙ୍କାରେ କିଣାଯାଇପାରିବ।

ରେଡମି ଏ୪ ୫ଜିକୁ ସ୍ପାର୍କଲ ପର୍ପଲ ଏବଂ ଷ୍ଟାରି ବ୍ଲାକ୍ ରଙ୍ଗରେ କିଣାଯାଇପାରିବ। ଏହି ଫୋନରେ କିଛି ବ୍ୟାଙ୍କ ଅଫର ମଧ୍ୟ ଦିଆଯାଇଛି, ଯାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗ୍ରାହକମାନେ ବ୍ୟାଙ୍କ ଅଫରର ଫାଇଦା ଉଠାଇ କମ୍ ଦାମରେ ଏହି ଫୋନ୍ କିଣିପାରିବେ।

ରେଡମି ଏ୪ ୫ଜି ସ୍ମାର୍ଟଫୋନରେ ୬.୮୮ ଇଞ୍ଚର ଏଚଡି+ ଡିସପ୍ଲେ ରହିଛି, ଯାହା ୧୬୪୦ x ୭୨୦ ପିକ୍ସେଲ ସହିତ ଆସିଥାଏ। ଏହି ଫୋନ୍ ୧୨୦ ହର୍ଜର ରିଫ୍ରେସ୍ ରେଟ୍ ସହିତ ଉପଲବ୍ଧ ଅଛି। ଏହି ଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୪ଏସ ଜେନ୨ ଚିପସେଟ ରହିଛି। ଏହା ଆଣ୍ଡ୍ରଏଡ୍ ୧୪ ଉପରେ ଆଧାରିତ ହାଇପରଓଏସ୍ କଷ୍ଟମ୍ ସ୍କିନରେ ଚାଲୁଛି।

ରେଡମି ଏ୪ ୫ଜି ସ୍ମାର୍ଟଫୋନରେ ୫୦ ମେଗାପିକ୍ସେଲର ପ୍ରାଥମିକ କ୍ୟାମେରା ରହିଛି। ଏହାବ୍ୟତୀତ ଫୋନରେ ସେକେଣ୍ଡାରୀ କ୍ୟାମେରା ଏବଂ ଏଲଇଡି ଫ୍ଲାସ ଲାଇଟ୍ ମଧ୍ୟ ରହିଛି। ଫୋନରେ ୫୧୬୦ ଏମଏଏଚ ବ୍ୟାଟେରୀ ରହିଛି, ଯାହା ୧୮ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ। ସାଓମି ଏହି ଫୋନରେ ୨ ବର୍ଷ ପାଇଁ ଅପରେଟିଂ ସିଷ୍ଟମ ଅପଡେଟ୍ ଏବଂ ୪ ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍ ପ୍ୟାଚ୍ ଅପଡେଟ୍ ଜାରି କରିବ। ଏହା ସହିତ ଫୋନରେ ୩.୫ ଏମଏମ ଅଡିଓ ପୋର୍ଟ ମଧ୍ୟ ରହିଛି।

Comments are closed.