କଣ୍ଢେଇର ଫଟୋ ଉଠାଇଲେ ହୁଏ ମୃତ୍ୟୁ
ଏମିତି ଏକ କଣ୍ଢେଇ, ଯାହାର ଫଟୋ ଉଠାଇଲେ ବି ଜୀବନ ହାରିବାକୁ ପଡ଼େ। ଏହି କଣ୍ଢେଇଟି ରବର୍ଟ ଇଉଜିନ୍ ଓଟୋ ନାମକ ବ୍ୟକ୍ତିଙ୍କ ପାଖରେ ଥିଲା। ତାଙ୍କୁ ଏହି କଣ୍ଢେଇ ୧୯୦୬ ମସିହାରେ ତାଙ୍କ ଘରେ କାମ କରୁଥିବା ଜଣେ ଚାକର ଦେଇଥିଲେ। କିନ୍ତୁ ଏହି କଣ୍ଢେଇଟି ଉପରେ କଳାଯାଦୁ କରିଥିଲା ଚାକର। ଏକଥା ରବର୍ଟଙ୍କୁ ଜଣାନଥିଲା। ସେ କଣ୍ଢେଇଟି ସହ ସବୁବେଳେ ଖେଳୁଥିଲେ। ରବର୍ଟଙ୍କ ରହିବା ଘର ଧୀରେ ଧୀରେ ମଇଳା ହେବାକୁ ଲାଗିଲା। ଘର ମଇଳା ନକରିବାକୁ ରବର୍ଟଙ୍କୁ ତାଗିଦା କରିଥିଲେ ତାଙ୍କ ପିତାମାତା। ରବର୍ଟଙ୍କ ବିବାହ ପରେ ସେ ତାଙ୍କ ପତ୍ନୀଙ୍କ ସହ ଏକ ନୂଆ ଘରକୁ ଯାଇଥିଲେ। ଏହି ସମୟରେ ପୁରୁଣା ଜିନିଷ ସହିତ କଣ୍ଢେଇକୁ ଏକ ବାକ୍ସରେ ଭର୍ତ୍ତି କରି ନେଇଯାଇଥିଲେ। ନୂଆ ଘରେ ଏହି କଣ୍ଢେଇକୁ ଦେଖିବା ପାଇଁ ରବର୍ଟଙ୍କ ପତ୍ନୀ ଜିଦ୍ କରିଥିଲେ। ଆଉ ଏହି କଣ୍ଢେଇକୁ ଖୋଲିବା ପରେ ଆରମ୍ଭ ହୋଇଯାଇଥିଲା କଣ୍ଢେଇର ଅଜବ ଗତିବିଧି। ଘର ଭିତରୁ ଅଜବ ଶବ୍ଦ ଶୁଣିବାକୁ ମିଳୁଥିଲା। ୧୯୭୪ରେ ରବର୍ଟଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରବର୍ଟଙ୍କ ଘରକୁ କିଣିଥିଲେ ଆଉ ଏକ ପରିବାର। ୧୯୯୪ରେ ଏହି କଣ୍ଢେଇକୁ ଇଷ୍ଟ ମାରଟେଲୋ ମ୍ୟୁଜିୟମକୁ ଦେଇଥିଲେ ସେହି ପରିବାର। ମ୍ୟୁଜିୟମରେ ଏକ କାଚ ବାକ୍ସରେ ରଖାଯାଇଥିଲା ଏହି କଣ୍ଢେଇ। ପରେ କଣ୍ଢେଇ ପାଇଁ ଏକ ଅଲଗା କ୍ୟାବିନ ତିଆରି କରାଯାଇଥିଲା। କୁହାଯାଏ ଯେ ଯଦି କଣ୍ଢେଇର ଫଟୋ ବିନା ଅନୁମତିରେ ନିଆଯାଏ, ସେ ଅଭିଶାପ ଦେଇଥାଏ। ଯେତେବେଳେ ଜଣେ ପର୍ଯ୍ୟଟକ କଣ୍ଢେଇର ଫଟୋ ଉଠାଇଥିଲେ ତାଙ୍କର ମୃତ୍ୟୁ ହୋଇଥିଲା। ଅନେକ ଲୋକ ଏହି କଣ୍ଢେଇ ପାଇଁ ଜୀବନ ହରାଇଛନ୍ତି।
Comments are closed.