www.samajalive.in
Saturday, December 13, 2025
26.1 C
Bhubaneswar

ଲାଲା ଲଜପତ୍ ରାୟ

ଊନବିଂଶ ଶତାବ୍ଦୀର ଶେଷ ତଥା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତର ସ୍ବାଧୀନତା ସଂଗ୍ରାମର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଲାଲା ଲଜପତ ରାୟ। ୧୮୬୫ ମସିହାରେ ଜନ୍ମଗ୍ରହଣ କରିଥିବା ଲାଲାଜୀ ଜଣେ ପ୍ରସିଦ୍ଧ ଜାତୀୟତାବାଦୀ, ସାମାଜିକ ସଂସ୍କାରର ପ୍ରୋତ୍ସାହକ ତଥା ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଁ ଭାରତର ସଂଗ୍ରାମରେ ପ୍ରମୁଖ କର୍ଣ୍ଣଧାର ସାଜିଥିଲେ। ଜାନୁୟାରୀ ୨୮, ୧୮୬୫ ମସିହାରେ ଫିରୋଜପୁର ଜିଲାର ଧୁଡିକେ ଗାଁରେ ଲାଲା ଲଜପତ ରାୟ ଜନ୍ମ ଗ୍ରହଣ କରିଥିଲେ। ସେ ଲାହୋରର ସରକାରୀ କଲେଜରୁ ଆଇନ ଅଧ୍ୟୟନ କରିଥିଲେ ଏବଂ ପରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ସେ ହିନ୍ଦୁ ସଂସ୍କାର ଆନ୍ଦୋଳନର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ। ସେ ଏକାଧାରରେ ଜଣେ ପ୍ରବୀଣ ଲେଖକ ଓ ସାମ୍ବାଦିକ ଥିଲେ। ୧୯୦୭ ମସିହାରେ ଲାଲାଜୀଙ୍କୁ ସ୍ବଦେଶୀ ଆନ୍ଦୋଳନରେ ତାଙ୍କର ଭୂମିକା ପାଇଁ ଗିରଫ କରାଯାଇ ବର୍ମାକୁ ପଠାଇ ଦିଆଯାଇଥିଲା। ସେ ୧୯୦୯ ମସିହାରେ ଭାରତ ଫେରିଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନ ଜାରି ରଖିଥିଲେ।
ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଲକ ଏବଂ ବିପିନ ଚନ୍ଦ୍ର ପାଲ, ଲାଲ-ବାଲ-ପାଲ ନାମରେ ପରିଚିତ ଥିଲେ। ୧୯୨୧ ମସିହାରେ ସେ ଲୋକସେବକ ମଣ୍ଡଳ ପ୍ରତିଷ୍ଠା କଲେ । ୧୮୭୭ ମସିହାରେ ଲାହୋରରେ ଆର୍ଯ୍ୟ ସମାଜ ଗଠନ କରାଯାଇଥିଲା। ପରେ ସେ ଆର୍ଯ୍ୟ ଗେଜେଟ୍ (ଖବରକାଗଜ) ଆରମ୍ଭ କରି ଏହାର ସମ୍ପାଦକ ହୋଇଥିଲେ। ୧୯୨୮ ମସିହା ନଭେମ୍ବର ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories