www.samajalive.in
Saturday, December 6, 2025
26.1 C
Bhubaneswar

ଶୀତଦିନରେ ଆବଶ୍ୟକୀୟ ଖାଦ୍ୟଦ୍ରବ୍ୟ

ଶୀତଦିନେ ସାଧାରଣତଃ ଥଣ୍ଡା ଲାଗିବା କାରଣରୁ ମୋଟା ବସ୍ତ୍ର ପନ୍ଧିବାକୁ ପସନ୍ଦ କରିବା ସହ କମଳରେ ହିଁ ରହିବାକୁ ଭଲ ଲାଗିଥାଏ। ଶୀତଦିନରେ ସୁସ୍ଥ ରହିବା ସହ ଶରୀରର ସ୍ୱଭାବିକ ଉଷ୍ଣତା ରହିବା ଆବଶ୍ୟକ । କିଛି ସ୍ୱତନ୍ତ୍ର ଖାଦ୍ୟପଦାର୍ଥ ଖାଇବା ଦ୍ୱାରା ଶରୀରକୁ ଶୀତଦିନେ ଉପଯୁକ୍ତ ଉଷ୍ଣତା ମିଳିଥାଏ। ଆମେ ନିୟମିତ ଖାଉଥିବା ଖାଦ୍ୟପଦାର୍ଥ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଜାଣନ୍ତୁ, ସେଭଳି ଖାଦ୍ୟଦ୍ରବ୍ୟ ବିଷୟରେ ଯାହା ଶୀତ ଦିନେ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ….

ଗୁଡ଼ –
ଚିନି ଠାରୁ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଅଟେ। ଏହା ଶରୀରରେ କ୍ୟାଲୋରୀର ନିୟନ୍ତ୍ରଣ କରିବା ସହ ଶରୀରକୁ ଉପଯୁକ୍ତ ପରିମାଣରେ ଉଷ୍ଣତା ପ୍ରଦାନ କରିଥାଏ।

ଅଦା –
ଅଦାକୁ ମସଲା ଭାବେ ବ୍ୟବହାର କରାଯାଏ। ଶୀତଦିନେ ଏହାକୁ ନିୟମିତ ଯେକୌଣସି ଖାଦ୍ୟରେ ବ୍ୟବହାର କରି ଖାଇବା ଦ୍ୱାରା ଶରୀରକୁ ଉଷ୍ଣତା ମିଳେ।

- Advertisement -

ହଳଦୀ –
ହଳଦୀରେ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ମିଶାଇ ପିଇଲେ ଶରୀରକୁ ବହୁ ପରିମାଣରେ ଉଷ୍ଣତା ମିଳିଥାଏ।

ପିଆଜ ଓ ରସୁଣ –
ଶୀତଦିନରେ ନିୟମିତ ପିଆଜ ଓ ରସୁଣ ଖାଇବା ମଧ୍ୟ ଭଲ। କାରଣ ଏହା ହଜମ ହେବାକୁ ଶରୀରକୁ ଅଧିକ ଉଷ୍ଣତା ଆବଶ୍ୟକ ହୋଇଥାଏ। ତେଣୁ ଶରୀରରେ ଉଷ୍ଣତା ଅଧିକ ସମୟ ପାଇଁ ରହେ।

ସୋରିଷ ତେଲ –
ଶୀତଦିନେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ପାଦରେ ଏହି ତେଲ ମାଲିସ କରିବା ମଧ୍ୟ ଆବଶ୍ୟକ ଅଟେ। କାରଣ ଏହାଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣରେ ଉଷ୍ଣତା ମିଳେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories