www.samajalive.in
Sunday, December 7, 2025
15.1 C
Bhubaneswar

‘ମୁଁ ଘରକୁ ଫେରିଛି’ ; ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଫିସର ତଥା ବିଜେପି ନୂତନ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଅନ୍ୟ କର୍ମକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ପରେ ଶ୍ରୀମତୀ ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ରାଜ୍ୟ ବିଜେପିର ମୁଖ୍ୟ କାର୍ୟ୍ୟାଳୟକୁ ଯାଇଛନ୍ତି । ମୁଁ ଆଜି ଘରକୁ ଫେରିଛି ଏବଂ ବହୁତ ଖୁସି ଅଛି ବୋଲି ଶ୍ରୀମତୀ ଷଡଙ୍ଗୀ ଗଣମାଧ୍ୟମରେ କହିଛନ୍ତି ।

ସୂଚନାଯୋଗ୍ୟ, ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଫିସର ଅପରାଜିତା ଷଡ଼ଙ୍ଗୀ ଗତ ମଙ୍ଗଳବାର ପୂର୍ବାହ୍ନ ୯.୩୦ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ବିଜେପିର ବିଚାର ଧାରା, ଦୃଢ଼ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ପ୍ରତି ଅଙ୍ଗୀକାରବଦ୍ଧତାରେ ଉଦ୍‍ବୁଦ୍ଧ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଅପରାଜିତା କହିଥିଲେ । ଦିଲ୍ଳୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ହୋଇଥିବା ଏହି ମିଳନ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

- Advertisement -

ଜଣେ ଦକ୍ଷ ଓ ସଚ୍ଚୋଟ ଆଇଏଏସ୍‍ ଅଫିସର ରୂପେ ଜଣାଶୁଣା ଅପରାଜିତା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ ତାଙ୍କର ରାଜନୀତିରେ ମିଶିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସେ ବିଜେଡି କିମ୍ବା ବିଜେପିରେ ମିଶିବେ ତାହା ସ୍ପଷ୍ଟ କରିନଥିଲେ। ତେଣୁ ତାଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories