www.samajalive.in
Sunday, December 7, 2025
23.1 C
Bhubaneswar

ସିବିଆଇ ବିବାଦ: ଆଲୋକ ବର୍ମାଙ୍କ ଶୁଣାଣି ଜାରି

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ଅଭିଯୋଗରେ ସିବିଆଇ ପକ୍ଷରୁ ଆଗତ ମାମଲାର ଶୁଣାଣି ଗୁରୁବାର ସୁପ୍ରିମ କୋର୍ଟରେ ଆରମ୍ଭ ହୋଇଛି। ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ପକ୍ଷରୁ ଆଇନଜୀବୀ ଫଲୀ ନରିମନ ମାମଲା ପରିଚାଳନା କରୁଛନ୍ତି। ସେହିପରି ଅନ୍ୟତମ ନିର୍ଦେଶକ ରାକେଶ ଆସ୍ଥାନାଙ୍କ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତଗୀ ମଧ୍ୟ ଉପସ୍ଥିତ ଥିଲେ।
ଶୁଣାଣି ବେଳେ ନରିମନ୍‍ କହିଥିଲେ ଯେ ଗତ ଶୁଣାଣିରେ କୋର୍ଟ ପକ୍ଷରୁ ଯେଉଁ ପ୍ରଶ୍ନ କରାଯାଇ ଥିଲା ତାହା ସହ ଆଲୋକ ବର୍ମାଙ୍କ କୌଣସି ସମ୍ପର୍କ ନାହିଁ। ଏକ ପୁରୁଣା ରାୟକୁ ଭିତ୍ତି କରି କୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ଉପରେ ଅଙ୍କୁଶ ଲଗାଇବା ଉପରେ ବିଚାର କରାଯାଇ ପାରେ। ଗତ ଶୁଣାଣିରେ ଆଲୋକ ବର୍ମାଙ୍କ ସ୍ପଷ୍ଟୀକରଣ କୋର୍ଟରେ ଗୋପନୀୟ ଭାବେ ପ୍ରଦାନ କରାଯାଇ ଥିବାବେଳେ ଗଣମାଧ୍ୟମରେ ଏହା ପୂର୍ବରୁ ପ୍ରକାଶ ପାଇ ଯାଇଥିଲା। ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବାକୁ ଆଇନଜୀବୀ ନରିମନ ଜଷ୍ଟିସ କପାଡ଼ିଆଙ୍କ ଖଣ୍ଡପୀଠର ଏକ ରାୟକୁ ଦୃଷ୍ଟାନ୍ତ ଭାବେ ଉପସ୍ଥାପନ କରିଥିଲେ। ଗଣମାଧ୍ୟମ ଉପରେ ଅଙ୍କୁଶ ନୁହେଁ କିନ୍ତୁ, ଲମ୍ବିତ ବିଚାର ପ୍ରକ୍ରିୟାରେ କିଛି ସମୟ ପାଇଁ ଗଣମାଧ୍ୟମରେ ପ୍ରକାଶନ ଉପରେ ଅଙ୍କୁଶ ଲଗାଇବାରେ କୌଣସି ଅସୁବିଧା ନାହିଁ ବୋଲି ଆଇନଜୀବୀ ନରିମନ ଯୁକ୍ତି ଦର୍ଶାଇ ଥିଲେ। ଆଇନଜୀବୀ ନରିମନଙ୍କ ଏଭଳି ଯୁକ୍ତିକୁ ଏ କେ ବତ୍ସିଙ୍କ ଆଇନଜୀବୀ ରାଜୀବ ଧବନ ବିରୋଧ କରିବା ସହ ଏହା ସହ ମାମଲାର କୌଣସି ସମ୍ପର୍କ ନାହିଁ ବୋଲି ଆପତ୍ତି କରିଥିଲେ। ଖଣ୍ଡପୀଠ ମଧ୍ୟ ଆଇନଜୀବୀ ନରିମନଙ୍କୁ ମାମଲା ସମ୍ପର୍କିତ ତଥ୍ୟ ରଖିବା ସହ କେବଳ ମାମାଲା ଉପରେ ଶୁଣାଣି କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories