www.samajalive.in
Saturday, December 13, 2025
26.1 C
Bhubaneswar

ସୋୟାବଡ଼ି ଚଟପଟି

ଆବଶ୍ୟକ ସାମଗ୍ରୀ
ସୋୟାବଡ଼ି – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
କଟା କ୍ୟାପସିକମ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ପେଷା ଟମାଟୋ – ୧ଟି
ଭିନେଗାର – ଅଳ୍ପ
ସୋୟାସସ – ଆବଶ୍ୟକ ପରିମାଣରେ
କଞ୍ଚାଲଙ୍କା – ୨ଟି
ଚିନି – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ସୋୟାବଡ଼ିକୁ ପାଞ୍ଚିମିନିଟ ଗରମ ପାଣିରେ ଭିଜାଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ଓ କ୍ୟାପସିକମ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହେବା ପରେ ପେଷା ହୋଇଥିବା ଟମାଟୋ, ଭିନେଗାର , ସୋୟାସସ, କଞ୍ଚା ଲଙ୍କା, ଅଳ୍ପ ଚିନି ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଭଲ ଭାବେ ଗୋଳାଇ ଭାଜିବା ପରେ ଭିଜାଇ ରଖଥିବା ସୋୟାବଡିକୁ ପକାଇ ମିଶାଇ ଦିଅନ୍ତୁ। ଏହା ପରେ ଧନିଆ ପତ୍ର ଓ ଅଳ୍ପ ପାଣି ପକାଇ ଗ୍ୟାସରେ ୨ ମିନିଟ ବସାନ୍ତୁ ଓ ୨ ମିନିଟ ପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories