www.samajalive.in
Monday, December 15, 2025
24.1 C
Bhubaneswar

ଦୁର୍ଘଟଣାରେ ବାପା ମୃତ, ପୁଅ ଆହତ

ଠାକୁରମୁଣ୍ଡା: ଠାକୁରମୁଣ୍ଡା-ଉଦଳା ରାସ୍ତାର ଗୋବରଯୋଡ଼ା ନଦୀ ପୋଲ ନିକଟ ବାଙ୍କରେ ବାଇକ୍‌ ଦୁର୍ଘଟଣା ଘଟି ବାପାର ମୃତ୍ୟୁ ଘଟିଥିବାବେଳେ ପୁଅ ଆହତ ହୋଇଛନ୍ତି। ମୃତକ ଜଣକ ମହୁଲଡିହା ଥାନା ଅନ୍ତର୍ଗତ ଡ଼ଙ୍ଗାଡ଼ିହା ଗ୍ରାମର ସିଦିଓ ହାଇବରୁ ବୋଲି ଜଣାପଡିଛି। ବୁଧବାର ବିଳମ୍ବିତ ରାତିରେ ମୃତକ ସିଦିଓଙ୍କ ପୁଅ ଉଦୟ(୧୭) ନୟାଗଡ଼ରେ ଥିବା ଏକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ପୁଅ ଛୁଟିରେ ଘରକୁ ଆସିଥିବାବେଳେ ଛୁଟି ସରିବା ପରେ ପୁଅ ନୟାଗଡ଼ ଯିବାକୁ ଭୁବନେଶ୍ୱର ଯାଉଥିବା ରାତ୍ରି ବସ୍‌ରେ ବସାଇବା ପାଇଁ ସିଦିଓ ଘରୁ ବାଇକରେ ପୁଅକୁ ବସାଇ ଠାକୁରମୁଣ୍ଡା ଆସୁଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ଗୋବରଯୋଡା ନଦୀ ପୋଲ ବାଙ୍କ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାପା ସିଦିଓଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ହୋଇଥିବାରୁ ଚିକିତ୍ସାଧୀନ ଅଛନ୍ତି। ଖବରପାଇ ଠାକୁରମୁଣ୍ଡା ଥାନା ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories