www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶୀ ଓ ରୋବୋଟିକ୍ସରେ ଦର୍ଶକ ମୁଗ୍ଧ

କଟକ : ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‍ ଚିତ୍ତାକର୍ଷକ ଥିଲା। ଗଣକବି ବୈଷ୍ଣବ ପାଣି ମଞ୍ଚରେ ବଇଁଶୀ ବାଦ୍ୟରେ ଓଡ଼ିଶୀ ନୃତ୍ୟ ଓ ଆଧୁନିକ ନୃତ୍ୟ ରୋବୋଟିକ୍ସ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୁରୁ ମୀରା ଦାସଙ୍କ ନେତୃତ୍ୱରେ ୫ ଜଣ କଳାକାରଙ୍କ ନୃତ୍ୟ ଚିତ୍ତାକର୍ଷକ ହୋଇଥିଲା। କଳାକାରମାନେ ପ୍ରଥମେ ଜଗନ୍ନାଥଙ୍କ ପହଣ୍ଡି ବିଷୟବସ୍ତୁକୁ ନେଇ ‘ଜଗନ୍ନାଥ ମଙ୍ଗଲମ୍‍…’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଭାରତ ଓ ଉତ୍କଳ ମାତାଙ୍କୁ ବର୍ଣ୍ଣନା କରାଯାଇ ‘ବନ୍ଦେ ମାତରମ୍‍…’ ଓ ‘ବନ୍ଦେ ଉତ୍କଳ ଜନନୀ…’ ସଙ୍ଗୀତରେ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ବଇଁଶୀ ସ୍ୱରର ତାଳେ ତାଳେ ନୃତ୍ୟଶିଳ୍ପୀମାନଙ୍କ ନୃତ୍ୟକୁ ଦର୍ଶକ ବେଶ୍‍ ପ୍ରଶଂସା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରଚ୍ଛଦପଟ ଗାୟକ ଜେମ୍‍ସଙ୍କ ଗୋଟିଏ ପରେ ଗୋଟିଏ ହିନ୍ଦୀ ଏବଂ ଓଡ଼ିଆ ଗୀତ। ପିୟାରେ ପିୟାରେ ଥାରେ ବିନା ଲାଗା ନାହିଁ…, ଗୁଲାବି ଆଖେଁ ଯୋ ତେରି ଦେଖି… ପ୍ରଭୃତି ଗୀତ ପରିବେଷଣ କରି ଦର୍ଶକଙ୍କ ତାଳିମାଡ଼ ସାଉଁଟିଥିଲେ। ଅପରାହ୍ଣରେ ସ୍କୁଲ ଫର ଦି ବ୍ଲାଇଣ୍ଡ୍‍ ନୂଆପଡ଼ା ପକ୍ଷରୁ ସମବେତ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ସାଇସମ୍ଭୁ ଭଜନ ଗ୍ରୁପ୍‍ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଓଁକାର ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ଚିତ୍ତରଞ୍ଜନ ସାହାଣୀ ଓଡ଼ିଶୀ ପରିବେଷଣ କରିଥିଲେ। ଏହାପରେ କେଡିଏ ଫ୍ୟାମିଲି ପକ୍ଷରୁ ପ୍ରସ୍ତୁତ ରୋବୋଟିକ୍ସ ନୃତ୍ୟ ରୋମାଞ୍ଚ ସୃଷ୍ଟି କରିଥିଲା। ଜମେ ରହୋ…, ବେବି ଡଲ୍‍…, ଜିଆ ଜଲେ ଯାଅାଁ ଜଲେ… ପ୍ରଭୃତି ଡିଜେ ସଙ୍ଗୀତର ତାଳେ ତାଳେ ୧୫ ଜଣ କଳାକାରଙ୍କ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ପରେ ସାଇଶ୍ରୀ ଅନୁଷ୍ଠାନ ପୁରୀ ପକ୍ଷରୁ ଚନ୍ଦ୍ରିକା ରଣାଙ୍କ ନେତୃତ୍ୱରେ ମାହାରୀ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ଗୀତଗୋବିନ୍ଦ, ଚନ୍ଦନଯାତ୍ରା ଓ ଝୁଲଣ ଯାତ୍ରା ବିଷୟବସ୍ତୁକୁ ନେଇ ନୃତ୍ୟ କରାଯାଇଥିଲା। ପିଙ୍କି ଝା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ। ସନ୍ଧ୍ୟାରେ ବୈଷ୍ଣବ ପାଣି ମଞ୍ଚରେ ଦୁଇଘଣ୍ଟା ଧରି ଭାରତ ଓ ଦକ୍ଷିଣ ଆଫ୍ରିକା ମାଚ୍‍କୁ ଦର୍ଶକ ବଡ଼ ଟିଭି ପରଦାରେ ଦେଖିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories