www.samajalive.in
Monday, December 15, 2025
17.1 C
Bhubaneswar

ଗୁରୁବାର ରାଶିଫଳ (ନଭେମ୍ବର ୦୯)

ମେଷ: ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ; ମାତ୍ର ଦୁଷ୍ଟ ଲୋକଙ୍କ ସହାୟତା ନେଇପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ; ମାତ୍ର ଲୋଭୀ ଲୋକଙ୍କଠାରୁ ଅଧିକ ଋଣ ଆଣିପାରନ୍ତି। ସୁସ୍ଥ ରହିବେ।
ବୃଷ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କନ୍ୟା ସନ୍ତାନ ଜାତ ହେବାର ସୂଚନା ମିଳୁଛି। ସେ କନ୍ୟା ସ୍ବରୂପା, ସୁଭାଗା, ସୁଗୁଣଯୁକ୍ତ ଓ ଶୁଭଲକ୍ଷ୍ମୀ ହୋଇପାରନ୍ତି।
ମିଥୁନ: ପରିଶ୍ରମ କଷ୍ଟଦାୟକ ହେଲେ ବି, ତା’ର ଉଚିତ ମୂଲ୍ୟ ମିଳିବ। ପତ୍ନୀଙ୍କ ପାଇଁ ସୁଖ ଭୋଗ୍ୟ ହେବେ। ଜଳ ଯୋଗାଣରୁ ବସ୍ତ୍ର ଓ ପୁଷ୍ପାଦି ବ୍ୟବସାୟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।
କର୍କଟ: ଆର୍ଥିକ ସ୍ଥିତି ଦୃଢ଼ ରହିବ। ଦେବଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଦ୍ବିଜମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଶାନ୍ତ, ଧାର୍ମିକ, ବିନୟୀ ସ୍ବଭାବର ହେବେ।
ସିଂହ: ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ମତିଜ୍ଞ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ। ଅରଣ୍ୟଜାତ ଦ୍ରବ୍ୟରୁ ଧନାଗମ ହୋଇପାରେ। ନିଜ ପରାକ୍ରମରେ ଧନ ଅର୍ଜନ କରିପାରନ୍ତି।
କନ୍ୟା: ବିଭିନ୍ନ ସୂତ୍ରରୁ ଭଲ ଆୟ କରିପାରନ୍ତି। ସଙ୍ଗୀତ ନିପୁଣ ହେବେ। କର୍ମପଟୁ ଓ ଯଥାର୍ଥବାଦୀ ହେବେ। କାବ୍ୟ ଚେତା, ଭୋକ୍ତା, ଦାତା, ପୁତ୍ର ଓ ଧନଯୁକ୍ତ ହେବେ। ଧୀର ସତ୍‌ଚରିତ୍ରଯୁକ୍ତ ହେବେ।
ତୁଳା: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଦେବ କାର୍ଯ୍ୟରେ, ବନ୍ଧୁ ସହାୟତାରେ, ପ୍ରତିଶ୍ରୁତି ରକ୍ଷା କରିବାରେ ଧନ ବ୍ୟୟ କରିବେ।
ବିଛା: ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ପ୍ରୟାସୀ ହୋଇପାରନ୍ତି। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ପରିବାର ପୋଷଣ କରିବେ।
ଧନୁ: କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସେବାକାରୀ ହୋଇପାରନ୍ତି। ପରୋପକାରୀ, ଭୋଜନଦାତା ଓ ଯଶସ୍ବୀ ହେବେ।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାଧାରୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପାପଧନରେ ଧର୍ମ କାର୍ଯ୍ୟ ଜାରି ରଖିବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
କୁମ୍ଭ: ପ୍ରଭାବଶାଳୀ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ସ୍ବାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କ ରହିବାକୁ ପଡ଼ିବ।
ମୀନ: କର୍ମକ୍ଷେତ୍ରରୁ ସଫଳତା ପାଇବେ। ମିିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଅନୁଭବ କରିବେ। ପତ୍ନୀ ବିକାରଯୁକ୍ତ ହୋଇପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories