www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ୱକପ କ୍ରିକେଟ: ଆଜି ଭାରତ – ଦକ୍ଷିଣ ଆଫ୍ରିକା ମୁକାବିଲା

କଲକାତା: ବିଶ୍ବ କ୍ରିକେଟରେ ଭାରତର ଏକଦା ବ୍ୟାଟିଂକୁ ନେଇ ସଦାସର୍ବଦା ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥାଏ। କିନ୍ତୁ ଚଳିତ ୨୦୨୩ ଦିନିକିଆ ବିଶ୍ବକପରେ ବିପରୀତ ଦେଖିବାକୁ ମିଳିଛି। ଭାରତ ବ୍ୟାଟିଂ ଅପେକ୍ଷା ବୋଲିଂରେ ବେଶ ଶକ୍ତିଶାଳୀ ମନେ କରାଯାଉଛି। ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, କୁଳଦୀପ୍‌ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ବାହିନୀ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସାମି ୩ଟି ମ୍ୟାଚରୁ ୧୪ଟି, ବୁମ୍‌ରା ୧୫ଟି, କୁଳଦୀପ୍‌ ଯାଦବ ୧୦, ରବୀନ୍ଦ୍ର ଜାଡେଜା ୯ ଓ ମହମ୍ମଦ ସିରାଜ୍‌ ୯ଟି ୱିକେଟ ନେଇଛନ୍ତି। ଦ୍ରୁତ ଓ ସ୍ପିନ ବୋଲିଂ ବିଭାଗରେ ଭାରତ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରୁଛି।

ସେହିପରି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଚଳିତ ବିଶ୍ବକପରେ ବ୍ୟାଟିଂ ବିଭାଗରେ ଦୁର୍ଦର୍ଶ ଭାବେ ଉଭା ହୋଇଛି। କ୍ବିଣ୍ଟନ ଡିକକ, ଆଇଡାନ ମାର୍କରାମ ଓ ହେନରିକ କ୍ଲାସେନ ଓ ରଶି ଭାନ ଡର ଡୁସେନଙ୍କ ଭଳି ଦୁର୍ଦର୍ଷ ବ୍ୟାଟ୍‌ସମ୍ୟାନ ଭାବେ ଉଭା ହୋଇଛନ୍ତି। ଯାହା ବିପକ୍ଷ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଡିକକ୍‌ ୪ଟି ଶତକ ସହ ୫୪୫ରନ, ମାର୍କରାମ ୩୬୨ରନ,ଡୁସେନ ୩୫୩ରନ ଓ କ୍ଲାସେନ ୩୧୫ରନ କରିଛନ୍ତି।କଲକାତାର ଇଡେନଗାର୍ଡେନରେ ରବିବାର ଖେଳାଯିବାକୁ ଥିବା ମ୍ୟାଚରେ ମୁଖ୍ୟତଃ ଭାରତ ବୋଲିଂ ଓ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମଧ୍ୟରେ ଲଢେଇ ହେବା ନେଇ ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories